ଅନୁଗୁଳରେ ଚାଞ୍ଚଲ୍ୟ:ମହିଳାଙ୍କ ମୁଣ୍ଡ ଗଣ୍ଡି ଅଲଗା ଶବ ଉଦ୍ଧାର

ଅନୁଗୁଳ: ସହରସ୍ଥିତ ପ୍ରାଣୀ ଚିକିତ୍ସା କେନ୍ଦ୍ର ପରିସରରେ ଥିବା ଏକ ପରିତ୍ୟକ୍ତ ଘରୁ ଆଜି ସକାଳେ ଜଣେ ମହିଳାଙ୍କ ଗଳିତ ଶବ ପୁଲିସ ଉଦ୍ଧାର କରିଛି। ପୁଲିସ ସୂଚନା ଅନୁସାରେ, ପ୍ରାଣୀ ଚିକିତ୍ସା କେନ୍ଦ୍ର ପରିସରରେ ଜଣେ ଅଜଣା ମହିଳାଙ୍କ ଶବ ପଡ଼ିଥିବା ଦେଖି ସ୍ଥାନୀୟ ଅଞ୍ଚଳବାସୀ ଅନୁଗୁଳ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରିବାରେ ମୃତ ମହିଳାଜଣଙ୍କ ଭିକାରି ବୋଲି ଜଣାପଡ଼ିଛି। ମହିଳାଙ୍କ ଗଳିତ ଶବର ଗଣ୍ଡିମୁଣ୍ଡ ଅଲଗା ପଡ଼ିଥିଲା। ଶରୀର ଠାରୁ ମୁଣ୍ଡ ପ୍ରାୟ ୫୦ ଫୁଟ ଦୂରରେ ପଡ଼ିଥିବା ଦେଖାଯାଇଥିଲା। ଏଥି ସହିତ ଉକ୍ତ ମହିଳାଙ୍କ ଶରୀରର କିଛି ଅଂଶ ପୋଡିଯାଇଥିବା ମଧ୍ୟ ଜଣାପଡ଼ିଛି। ମହିଳାଙ୍କର ୪/୫ଦିନ ପୂର୍ବରୁ ମୃ୍ତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ତାଙ୍କୁ କେହି ହତ୍ୟା କରିଥିବା ସଂଦେହ କରାଯାଉଛି। ମୃତ ମହିଳାଙ୍କ ବୟସ ପ୍ରାୟ ୪୦- ୪୫ ବର୍ଷ ବୋଲି ଅନୁମାନ କରୁଥିବା ବେଳେ ଶବ ପଚି ଯାଇଥିବାରୁ ଶରୀରର ରଙ୍ଗ ଜଣାପଡ଼ୁ ନାହିଁ ବୋଲି ପୁଲିସ କହିଛି। ପୁଲିସ ଏ ସଂକ୍ରାନ୍ତରେ ଅନୁଗୁଳ ଥାନାରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର