ଦେଉଳବନ୍ଧ ଏବେ ଚରାଭୂଇଁ

ନାଲକୋନଗର: ଗ୍ରୀଷ୍ମ ପ୍ରବାହରେ ବେଶ୍‌ ପ୍ରଭାବିତ ହୋଇଛି ଗାଁ ଗଣ୍ଡାର ଜଳାଶୟ। ୪୨ଡିଗ୍ରି ତାପମାତ୍ରା କିଛି ଜଳାଶୟକୁ ଶୁଖାଇ ଦେଇଛି। ଫଳ ସ୍ବରୂପ, ବଅଁରପାଳ ବ୍ଲକ ବଳରାମପ୍ରସାଦ ଗଡ଼ସାହି ହନୁମାନ ମୂର୍ତ୍ତି ନିକଟରେ ଥିବା ବହୁ ପୁରୁଣା ଦେଉଳ ବନ୍ଧ ଏ ବର୍ଷ ଏପ୍ରିଲ୍‌ ମାସରୁ ଶୁଖି ଗଲାଣି। ପ୍ରାୟ ୧୫୦/୨୦୦ମିଟର ଲମ୍ବା ଓ ଶହେ ମିଟର ଚଉଡ଼ା ବିଶିଷ୍ଟ ଏ ପୋଖରୀ ଏ‌େବ ପଡ଼ିଆ ପାଲଟି ଗଲାଣି। ଗାଈଗୋରୁ ତା’ ଉପରେ ଚରୁଛନ୍ତି। ଭୂଇଁ ଫାଟି ଗଲାଣି ବୋଲି ଗାଁର ଅବସରପ୍ରାପ୍ତ ବନ କର୍ମଚାରୀ ଅଖିଳ ପଣ୍ଡା କହିଛନ୍ତି। ମୁଁ ପିଲାଟି ବେଳୁ ଦେଖି ଆସିବାରେ ବନ୍ଧର ଅବସ୍ଥା ଏମିତି କେବେ ହୋଇ ନ ଥିଲା। ଜଳାଶୟ ଶୁଖିଲା ପଡ଼ି ନ ଥିଲା। ଏବର୍ଷ ଶୁଖି ଯାଇଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି। ଏପ୍ରିଲ୍‌ ମାସରେ ବନ୍ଧର ଏଭଳି ସ୍ଥିତି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହର ସ୍ଥିତିକୁ ସ୍ପଷ୍ଟ କରୁଛି। ବଳରାମପ୍ରସାଦର ଅାଉ କିଛି ବନ୍ଧ ମଧ୍ୟ ସେହି ଅବସ୍ଥା ଦେଇ ଗତି କରୁଛି।

ସମ୍ବନ୍ଧିତ ଖବର