ମଦ୍ୟପ ସ୍ଵାମୀର ଉନ୍ମତ୍ତ କାଣ୍ଡ, ପଥରରେ ଛେଚି ସ୍ତ୍ରୀକୁ ହତ୍ୟା

ତାଳଚେର: ଅନୁଗୁଳ ଜିଲ୍ଲାସ୍ଥିତ ତାଳଚେରର ବଲଣ୍ଡା ଗୁରୁଦ୍ୱାର ଅଞ୍ଚଳରେ ଜଣେ ମଦ୍ୟପ ସ୍ୱାମୀର ଉନ୍ମତ୍ତ କାଣ୍ଡ ଦେଖିବାକୁ ମିଳିଛି । ମଦୁଆ ସ୍ଵାମୀ  ମଦ୍ୟପାନ କରି ସ୍ତ୍ରୀକୁ ପଥରରେ ଛେଚି ହତ୍ୟା କରିଛି। ଘଟଣାରୁ ମିଳିଥିବା ସୂଚନା ଅନୁସାରେ ଗତକାଲି ରାତିରେ ସ୍ତ୍ରୀ ଗୀତା ବେହେରା ଶୋଇଥିବା ବେଳେ ସ୍ଵାମୀ ମୁନା ବେହେରା  ଅତ୍ୟଧିକ ମଦ୍ୟପାନ କରି ଘରକୁ ଆସିଥିଲା । ମଦ ପିଇବାକୁ କେନ୍ଦ୍ର କରି ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା । ଏଥିରେ  ମୁନା ଉତକ୍ଷିପ୍ତ ହୋଇ ପାଖରେ ପଡିଥିବା ଏକ ପଥରରେ ସ୍ତ୍ରୀର ମୁଣ୍ଡକୁ ଛେଚି ଦେଇଥିଲା । ଫଳରେ ଘଟଣାସ୍ଥଳରେ ଗୀତାଙ୍କର  ମୃତ୍ୟୁ ହୋଇଥିଲା ।

ହତ୍ୟା କରିବା ପରେ ମୁନା ତା ସ୍ତ୍ରୀ ଗୀତା ଦେହୁରୀକୁ ବଲଣ୍ଡା ଗୁରୁଦ୍ୱାର ମାର୍କେଟ ନିକଟ ଏକ ସିମେଣ୍ଟ ଦୋକାନ ସାମ୍ନାରେ ଫୋପାଡ଼ି ଦେଇଥିଲା । ଆଜି ସକାଳୁ ମହିଳାଙ୍କ ମୃତଦେହ ପଡିଥିବା ଲୋକମାନେ ଦେଖି ବିକ୍ରମପୁର ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲା। ପୁଲିସ ମୁନାକୁ ଅଟକ ରଖି ପଚରାଉଚରା କରୁଛି।

ସମ୍ବନ୍ଧିତ ଖବର