ତାଳଚେର (ବିକାଶ ଚନ୍ଦ୍ର ସାହୁ): ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳା ପୀଠ ଯେତିକି ପ୍ରାଚୀନ ସେତିକି ଆଶ୍ଚର୍ଯ୍ୟମୟ। କିମ୍ବଦନ୍ତୀ କହେ ଶ୍ରୀକ୍ଷେତ୍ର ଧାମ ସହ ମା’ହିଙ୍ଗୁଳାଙ୍କ ପୀଠର ରହିଛି ନିବିଡ଼ ସମ୍ପର୍କ। ମା’ ହିଙ୍ଗୁଳାଙ୍କ ପୀଠରେ ଚାଲିଛି ଷୋଡ଼ଶ ଉପଚାରରେ ମା’ ଙ୍କର ନବରାତ୍ର ପୂଜା। ମା’ ଧାରଣ କରୁଥିବା ସମସ୍ତ ଆୟୁଧ, ଖଡ଼ଗ, ଚକ୍ର, ତ୍ରିଶୂଳ ଆଦି ନବରାତ୍ରରେ ପୂଜା କରାଯାଇଥାଏ।  ନଅଦିନ ଧରି ସହସ୍ରାର୍ଚ୍ଚନା, ଚଣ୍ଡୀ ପାଠ, ଯଜ୍ଞ, ମନ୍ତ୍ର, ଶ୍ଳୋକ ସହ ମା’ଙ୍କର ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥାଏ। 

Advertisment

ଶାରଦୀୟ ଦୁର୍ଗାପୂଜା ଆସିଲେ ମା‌’ ହିଙ୍ଗୁଳାଙ୍କ ପୀଠ ହୋଇ ଉଠେ ଲୋକାରଣ୍ୟ। କାଇଁ କେତେ ଆଶା ଓ ବିଶ୍ବାସ ରଖି ମାଆଙ୍କୁ ଦର୍ଶନ କରିବାକୁ ଧାଇଁଆସନ୍ତି ହଜାର ହଜାର ଶ୍ରଦ୍ଧାଳୁ। ଚୈତ୍ର ମାସ ଶୁକ୍ଳପକ୍ଷ ବିଷ୍ଣୁ ଦମନଙ୍କ ଚତୁର୍ଦ୍ଦଶୀରେ ମାଆଙ୍କର ବାର୍ଷିକ ଉତ୍ସବ ପାଳନ କରାଯାଏ। ସେହିଦିନ ମାଆ ଅଗ୍ନୀ ରୂପରେ ପ୍ରକଟ ହୋଇ ୯ ଦିନ ଧରି ପୂଜା ପାଆନ୍ତି। ଏହାକୁ ମାଆଙ୍କର ନବ ଦିନାତ୍ମକ ଯାତ୍ରା ବୋଲି ମଧ୍ୟ କୁହାଯାଏ।

ଆଶ୍ବିନ ଆସିଲେ ଶାରଦୀୟ ଦୁର୍ଗାପୂଜାରେ ମାଆଙ୍କ ପୀଠ ହୋଇଉଠେ ଲୋକାରଣ୍ୟ। ଷୋଡ଼ଶ ଉପଚାରରେ ମାଆଙ୍କର ନବରାତ୍ର ପୂଜା କରାଯାଏ।  ଏହି ପୀଠରେ ଦେହୁରୀ ସେବକ ମାନେ ମାଆଙ୍କର ପୂଜାର୍ଚ୍ଚନା କରଥାନ୍ତି। ମାଆ ଧାରଣ କରୁଥିବା ସମସ୍ତ ଆୟୁଧ, ଖଡ଼ଗ, ଚକ୍ର, ତ୍ରିଶୂଳ ଆଦି ନବରାତ୍ରରେ ପୂଜିତ ହୁଏ। ନଅଦିନ ଧରି ସହସ୍ରାର୍ଚ୍ଚନା, ଚଣ୍ଡୀ ପାଠ, ଯଜ୍ଞ ,ମନ୍ତ୍ର , ଶ୍ଳୋକ ସହ ମା’ଙ୍କର ସ୍ୱତନ୍ତ୍ର ପୂଜା କରାଯାଇଥାଏ। ଏହି ସମୟରେ ଲକ୍ଷାଧିକ ଭକ୍ତ ପୂଜାରେ ନିଜକୁ ସାମିଲ କରି ଅଭୀଷ୍ଟ ପୂରଣ ପାଇଁ ମା’ ଙ୍କ ଶରଣାପନ୍ନ ହୋଇଥାନ୍ତି। 

ମା’ ହିଙ୍ଗୁଳା ପୁରୀ ଶ୍ରୀକ୍ଷେତ୍ରରେ ବିରାଜମାନ ପଛରେ ଏକ ଅଲୌକିକ କିମ୍ବଦନ୍ତୀ ରହିଛି। ଗୁଣ୍ଡିଚା ରାଣୀଙ୍କ ଅନୂରୋଧ କ୍ରମେ ପୁରୀର ଗଜପତୀ ବିଦର୍ଭ ରାଜା ନଳଙ୍କ ଦ୍ବାରା ମା’ ଅଗ୍ନିରୂପା ମା ହିଙ୍ଗୁଳାଙ୍କୁ ତାଳଚେର ଗୋପାଳଗଡ଼ ଦେଇ ରାଜା ପୁରୀକୁ  ନେଉଥିବା ବେଳେ ଗୋପାଳଗଡ଼ଠାରେ ମା ଅନ୍ତରଧ୍ୟାନ ହୋଇ ଏହିଠାରେ ରହିବାକୁ ମନସ୍ଥ କରିଥିଲେ। କିନ୍ତୁ କର୍ମ କ୍ଷେତ୍ର ପୁରୀ ଶ୍ରୀ ମନ୍ଦିର ହୋଇଥିବା ବେଳେ ମା’ଙ୍କ ପୂଜା ପୀଠ ଗୋପାଳଗଡ଼ ଠାରେ ଅବସ୍ଥିତ ହୋଇଛି। ଯେହେତୁ ମା’ଙ୍କ କର୍ମସ୍ଥଳୀ ପୁରୀ ଶ୍ରୀମନ୍ଦିର ହୋଇଥାଏ ତେଣୁ ମା ସକାଳ ହେଲେ ଶ୍ରୀମନ୍ଦିର ଯାଇ ପ୍ରଭୁଙ୍କ ଅବଢ଼ା ଭୋଗ ପ୍ରସ୍ତୁତିରେ ସାମିଲ ହୋଇ ସନ୍ଧ୍ୟା ହେଲେ ତାଙ୍କ ନିଜ ପିଠକୁ ଫେରିଥାନ୍ତି। ମାଙ୍କ ଅନୁପସ୍ଥିତିରେ ମା’ଙ୍କ ପାର୍ଶ୍ବଦେବୀ କୁଟେଇଶୁଣି ମାଙ୍କ ପୀଠରେ ପୂଜା ପାଇଥାନ୍ତି। ସନ୍ଧ୍ୟାରେ ମା’ ମନ୍ଦିରକୁ ଫେରିବା ପରେ ପୂଜା ପାଉଥିବା ମା’ କୁଟେଇଶୁଣି ମା’ଙ୍କୁ ଭକ୍ତ ମାନଙ୍କର ମନସ୍କାମନା ମାଙ୍କୁ ଜଣାଇଥାନ୍ତି। ପୁରୀରେ ୬୦ ପଉଟି ଭୋଗ ରନ୍ଧା ହେବା ପୂର୍ବରୁ ପ୍ରଥମେ ମା’ ହିଙ୍ଗୁଳାଙ୍କୁ ସମର୍ପଣ କରାଯାଇଥାଏ। ଫଳରେ ପୁରୀରେ ମହାପ୍ରସାଦ ସ୍ବାଦିଷ୍ଟ ହୋଇଥାଏ। 

 ମାଆ ହିଙ୍ଗୁଳା ଶ୍ରୀମନ୍ଦିର ପାକଶାଳାକୁ ବିଜେ କଲେ। ତାଙ୍କରି ମହିମାରୁ ଶ୍ରୀମନ୍ଦିର ରୋଷଘରେ ପ୍ରସ୍ତୁତ ମହାପ୍ରସାଦ ଓ ଅନ୍ୟାନ୍ୟ ଭୋଗସାମଗ୍ରୀ ସ୍ବାଦିଷ୍ଟ ହେଲା। ଏହି ପୀଠରେ ଭକ୍ତଙ୍କ ଠାରୁ ମା’ ନୈବେଦ୍ୟ ଗ୍ରହଣ କରିଥାନ୍ତି। ଏଥିପାଇଁ କୌଣସି ସେବାୟତ ବା ପୂଜକଙ୍କର ଆବଶ୍ୟକତା ପଡି ନଥାଏ । ମା’ ହିଙ୍ଗୁଳାଙ୍କ ସମ୍ପର୍କରେ ଅନେକ କିମ୍ବଦନ୍ତୀ ଲୋକ ଲୋଚନରୁ ଶୁଣିବାକୁ ମିଳେ। ବର୍ଷ ତମାମ ପୀଠରେ ମାନସିକ ରଖି ଭକ୍ତମାନେ ପୂଜାର୍ଚ୍ଚନା କରିଥାନ୍ତି। ମା’ ପ୍ରତ୍ୟେକ୍ଷ ଠାକୁରାଣୀ। ମା ହିଙ୍ଗୁଳାଙ୍କର ରହିଛି ଅନେକ ମହିମା ଓ ଅପାର କରୁଣା। ବିଶ୍ବାସ ରହିଛି ମା’ ତାର ଭକ୍ତଙ୍କୁ ଘଣ୍ଟ ଘୋଡ଼ାଇ ରଖିବା ସହ ପୂରଣ କରିଥାନ୍ତି ମନସ୍କାମନା।