ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ବାରମଞ୍ଚା ଗ୍ରାମରେ ଗତ କାଲି ରାତି ସାଢ଼େ ଏଗାରଟାରେ ଦନ୍ତା ହାତୀ ଆସି ଘର ଅଜବେଷ୍ଟସ ଛପର ଭାଙ୍ଗି ବସ୍ତାରେ ଥିବା ଧାନ ଖାଇବା ସହିତ ଟେବୁଲ ଓ ସାଇକେଲ ଭାଙ୍ଗି ନଷ୍ଟ କରିଦେଇଥିବା ସୂଚନା ରହିଛି। ବାଡ଼ିରେ ଥିବା ପନିପରିବା ଖାଇବା ସହ ଦନ୍ତା ସେସବୁକୁ ଦଳିଚକଟି ନଷ୍ଟ କରିଦେଇଛି। ତିନି ଘଣ୍ଟା ଧରି ଉପଦ୍ରବ ଚଳେଇଥିବା ଦନ୍ତାକୁ ଘଉଡ଼େଇବା ପାଇଁ ସ୍ଥାନୀୟ ଲୋକେ ନିଆଁ ହୁଳା ଦେଖାଇବା ସହ ବାଣ ଫୁଟେଇ ଥିଲେ। ଶେଷରେ ଦନ୍ତାଟି ପାଖ ଜଙ୍ଗଲକୁ ଚାଲି ଯାଇଥିଲା। ଦନ୍ତା ଆତଙ୍କରେ ଗ୍ରାମବାସୀ ଭୟଭୀତ ହୋଇଛନ୍ତି। ବନ ବିଭାଗ ପକ୍ଷରୁ କ୍ଷୟକ୍ଷତି ଆକଳନ କରାଯାଇ ତଦନ୍ତ ଆରମ୍ଭ ହୋଇଛି।
ଛେଣ୍ଡିପଦାରେ ତିନି ଘଣ୍ଟା କାଳ ଉତ୍ପାତ କଲା ଦନ୍ତା; ଘର ଭାଙ୍ଗିଲା, ଫସଲ ଉଜାଡ଼ିଲା
/sambad/media/post_attachments/wp-content/uploads/2021/01/7d9bab68-934e-473a-a31b-f64fdf9a7b4a.jpg)