ହିନ୍ଦୋଳ: ଅନୁଗୁଳ ଜିଳ୍ଲା ହିନ୍ଦୋଳ ଉପଖଣ୍ଡ ଗୁରିଲୋ ଗ୍ରାମ୍ୟ ଜଙ୍ଗଲରେ ଦୁଇ ଦିନ ଧରି ଅସୁସ୍ଥ ଥିବା ଦନ୍ତା ହାତୀର ଆଜି ସକାଳେ ମୃତ୍ୟୁ ଘଟିଛି। ଦୁଇଦିନ ଧରି ବନ ବିଭାଗର କର୍ମଚାରୀ ଓ ଡାକ୍ତରୀ ଦଳ ଅକ୍ଲାନ୍ତ ପରିଶ୍ରମ କରି ଚିକିତ୍ସା କରିବା ସହ ସେବା ଯତ୍ନ ନେବା ପରେ ଗତକାଲି ସନ୍ଧ୍ୟା ବେଳେ ହାତୀ ସାମାନ୍ୟ ସୁସ୍ଥ ଅନୁଭବ କରି ନିକଟରେ ଥିବା ଜଙ୍ଗଲକୁ ଚାଲିଯାଇଥିଲା। ଫଳରେ ବନବିଭାଗ କର୍ମଚାରୀ ଓ ଡାକ୍ତରୀ ଦଳ ଖୁସି ବ୍ୟକ୍ତ କରିଥିଲେ। କିନ୍ତୁ ଦୁଃଖର ବିଷୟ ଯେ ଆଜି ଭୋରୁ ଦନ୍ତା ହାତୀଟି ମରି ପଡ଼ିଥିବା ଦେଖିବାକୁ ମିଳିଥିଲା। ଶରୀର ବ୍ୟବଛେଦ ପରେ ମୃତ ଦନ୍ତା ହାତୀକୁ ପୋତି ଦିଆଯିବ।
ସମସ୍ତ ଚେଷ୍ଟା ହେଲା ବିଫଳ ହେଲା, ଶେଷରେ ଜଙ୍ଗଲରେ ଦନ୍ତାର ଜୀବନ ଗଲା
/sambad/media/post_attachments/wp-content/uploads/2023/03/elephant-dead-keonjhar.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)