କିଶୋରନଗର : ଜଙ୍ଗଲ ରାସ୍ତାରେ ଦନ୍ତାହାତୀର ମୃତଦେହ ଉଦ୍ଧାର

କିଶୋରନଗର : କିଶୋରନଗର ଥାନା କଦଳୀମୁଣ୍ଡା ପଂଚାୟତ ଟେଣ୍ଟେଲାପାଣି ଜଙ୍ଗଲ ରାସ୍ତାରୁ ଆଜି ଏକ ଦନ୍ତା ହାତୀର ମୃତଦେହ ଉଦ୍ଧାର ହୋଇଛି । ଦନ୍ତାର ବୟସ ପ୍ରାୟ ଦଶ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ସ୍ଥାନୀୟ ଅଂଚଳରେ ରହି ହାତୀ ପଲଙ୍କ ଉପଦ୍ରବ ଢେର ଅଧିକ ରହିଛି । ଏ ହାତୀଟି ବି ସ୍ଥାନୀୟ ଅଞ୍ଚଳରେ ରହି ଧାନ ନଷ୍ଟ କରୁଥିଲା । ଆଜି ଜଙ୍ଗଲ ରାସ୍ତାରେ ସ୍ଥାନୀୟ ଲୋକେ ହାତୀର ମଲା ଦେହ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ ମୃତ ଦେହର ବ୍ୟବଚ୍ଛେଦ କରାଇଛି । ତେବେ ମୃତ୍ୟୁର କାରଣ ସଂପର୍କରେ ବନ ବିଭାଗ ପକ୍ଷରୁ ଏପର୍ଯନ୍ତ କିଛି ସ୍ପଷ୍ଟ କରାଯାଇ ନାହିଁ।

ସମ୍ବନ୍ଧିତ ଖବର