ବନ୍ତଳା: ଅନୁଗୁଳ ବନାଞ୍ଚଳ ଓ ବନ୍ତଳା ବନାଞ୍ଚଳରେ ମାସକ ମଧ୍ୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଦୁଇଟି ହାତୀର ଜୀବନ ଯାଇଥିବା ବେଳେ ଆଜି ହିନ୍ଦୋଳ ବନାଞ୍ଚଳରେ ଏକ ଦନ୍ତାହାତୀର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ ହିନ୍ଦୋଳ ବନାଞ୍ଚଳ କନ୍ତାମିଲା ଗ୍ରାମ ନିକଟରେ ବନ୍ୟଜନ୍ତୁ ଶିକାର ପାଇଁ ଶିକାରୀମାନେ ବିଦ୍ୟୁତ ତାର ବିଛାଇଥିଲେ। ତେବେ ବିଳମ୍ବିତ ରାତିରେ ବିଛାଇଥିବା ଏହି ବିଦ୍ୟୁତ ତାର ସଂସ୍ପର୍ଶରେ ଏକ ହାତୀଛୁଆ ଆସିଯାଇଥିଲା। ଫଳରେ ବିଦ୍ୟୁତ ଝଟକା ଖାଇ ଘଟଣାସ୍ଥଳରେ ହିଁ ହାତୀ ଛୁଆର ଜୀବନ ଯାଇଥିଲା।

Advertisment

publive-image

ମୃତ୍ୟୁ ଘଟିଥିବା ହାତୀଟି ଅଣ୍ଡିରାହାତୀ ଛୁଆ ବୋଲି ଜଣାପଡ଼ିଥିବା ବେଳେ ଏହାର ବୟସ ଆନୁମାନିକ ୫/୬ବର୍ଷ ହେବ ବୋଲି କୁହାଯାଉଛି। ତେବେ ସକାଳୁ ଗ୍ରାମର କେତେକ ଲୋକମାନେ ସେଠାରେ ହାତୀଛୁଆଟି ମରି ପଡ଼ିଥିବା ଦେଖି ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ହିନ୍ଦୋଳ ବନାଞ୍ଚଳର ବନ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡ଼ିଛି। ଏହି ମାମଲାରେ ରଣଜିତ ନାୟକ ନାମକ ଜଣେ ଲୋକଙ୍କୁ ଗିରଫ କରାଯାଇଛି।