ଅନୁଗୁଳ : ଅନୁଗୁଳ ସହର ଉପକଣ୍ଠ ଏକ ଗାଁରେ ଦନ୍ତାହାତୀ ପଶି ଜଣକୁ ମାରିଦେବା ସହ ବ୍ୟାପକ କ୍ଷୟକ୍ଷତି କରିଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ବନବିଭାଗ ଓ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
ମିଳିଥିବା ସୂଚନା ଅନୁସାରେ ଅନୁଗୁଳ ଉପକଣ୍ଠ ଡେରଜାଙ୍ଗ ଡ୍ୟାମ ନିକଟରେ ଥିବା ହରିବେରେଣୀ ଗାଁରେ ଏକ ଦନ୍ତାହାତୀ ପଶି ବିଲକୁ ଯାଉଥିବା ଜଣେ ଚାଷୀଙ୍କୁ ମାରିଦେଇଛି । ମୃତ ଚାଷୀଙ୍କ ନାମ ପାଣ୍ଡବ ସାହୁ ଓ ତାଙ୍କ ବୟସ ୬୫ ବର୍ଷ ଥିବା ଜଣାପଡ଼ିଛି । ହରିବେରେଣୀ ଗାଁରେ ଉତ୍ପାତ କରିବା ପରେ ଦନ୍ତାହାତୀଟି ନିକଟସ୍ଥ ମୂଷାପାପୁଲି ଗାଁକୁ ଯାଇ ବ୍ୟାପକ କ୍ଷୟକ୍ଷତି କରିଥିବା ଜଣାପଡ଼ିଛି । ଗାଁ ନିକଟରେ ଥିବା ଏକ ଇସ୍କନ ମନ୍ଦିର ଆଖପାଖରେ ହାତୀ କ୍ଷୟକ୍ଷତି କରିଥିବା ଜଣାଯାଇଛି । ଘଟଣାସ୍ଥଳରେ ବନବିଭାଗ ଓ ପୁଲିସ ପହଞ୍ଚି ଶବକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି । ମୃତ ଚାଷୀଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/ELEPHANT-Mashable-pg.jpg)