ହାତୀ ଆକ୍ରମଣରେ ମହିଳା ମୃତ

ବନ୍ତଳା: ଅନୁଗୁଳ ବନଖଣ୍ଡ ବନ୍ତଳା ବନାଞ୍ଚଳରେ ଆଜି ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ଜୀବନ ଯାଇଛି। ସୂଚନା ମୁତାବକ ବଲଙ୍ଗ ପଞ୍ଚାୟତ ତଳସିରା ଗାଁର ବନିତା ବେହେରା ଆଜି ସକାଳୁ ଘର ନିକଟରେ ଥିବା ଆମ୍ବ ବଗିଚାକୁ ଆମ୍ବ ଗୋଟାଇବାକୁ ଯାଇଥିଲେ। ତେବେ ସେଠାରେ ଥିବା ଏକ ଦନ୍ତା ହାତୀ ହାବୁଡ଼ରେ ସେ ପଡ଼ି ଯାଇଥିଲେ। ସେଠାରେ ବନିତାଙ୍କୁ ହାତୀ ଆକ୍ରମଣ କରି ପାଦରେ ଦଳି ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିବା ବେଳେ ସେଠାରେ ବନ ବିଭାଗ ପହଞ୍ଚି ନଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର