ବନ୍ତଳା: ଅନୁଗୁଳ ବ୍ଲକ ବସଲା ଗ୍ରାମର ଜଣେ ବ୍ୟକ୍ତି ଆଜି ସକାଳୁ ଶୌଚ ହେବାକୁ ଯାଇଥିବା ବେଳେ ହାତୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି। ଏହାର ପ୍ରତିବାଦରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଲୋକେ ରାସ୍ତା ଅବରୋଧ କରିଛନ୍ତି।
ପ୍ରାପ୍ତ ସୂଚନା ଅନୁଯାୟୀ, ବନ୍ତଳା ବନାଞ୍ଚଳ ବସଲା ଗ୍ରାମର ଭାବଗ୍ରାହୀ ଜେନା(୫୬) ଆଜି ସକାଳୁ ଘର ନିକଟରେ ଥିବା ପଡିଆକୁ ଶୌଚ ହେବାକୁ ଯାଇଥିବା ବେଳେ ଏକ ଦନ୍ତା ହାତୀ ତାଙ୍କୁ ପାଦରେ ଦଳି ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ବାରମ୍ବାର ହାତୀ ଆକ୍ରମଣରେ ବନ୍ତଳା ଅଞ୍ଚଳରେ ଲୋକଙ୍କ ଜୀବନ ଯାଉଥିବା ବେଳେ ଆଜି ବସଲାରେ ଉତ୍ତେଜନା ପ୍ରକାଶ ପାଇଛି। ଗ୍ରାମବାସୀ ଏନେଇ ବନ୍ତଳା - ମହିଧରପୁର ରାସ୍ତା ଅବରୋଧ କରିଛନ୍ତି। ବନ୍ତଳା ପୁଲିସ ଓ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/09/a-a.jpeg)