ବଅଁରପାଳ: ଅନୁଗୁଳ ଜିଲ୍ଲାର ବଅଁରପାଳ ବ୍ଲକ୍ ଅନ୍ତର୍ଗତ ଗଡ଼ତଳମୂଳ ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ୨୫ ପଟ ହାତୀପଲ ଆସି ଘର ଭାଙ୍ଗି ଘରେ ଥିବା ଧାନ ବସ୍ତାରୁ ଧାନ ଖାଇ କ୍ଷୟକ୍ଷତି କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ୨୫ ପଟ ହାତୀ ପଲ ଗଡ଼ ତଳମୂଳ ଗ୍ରାମର ପ୍ରତାପ ପଟ୍ଟନାୟକ ଓ ତାଙ୍କ ପରିବାର ଲୋକେ ରାତିରେ ଘରେ ଶୋଇଥିବା ବେଳେ ହଠାତ ପ୍ରତାପଙ୍କ ଘର ଭାଙ୍ଗି ଦେଇଥିଲେ। ଅଳ୍ପକେ ବର୍ତ୍ତିଯାଇଥିଲେ ପରିବାର ଲୋକ।
/sambad/media/post_attachments/wp-content/uploads/2021/01/bpal.jpg)
ଘର ଭାଙ୍ଗି ଉଜାଡ଼ିବା ସହିତ ଘରେ ଅମଳ କରି ରଖାଯାଇଥିବା ଧାନ ବସ୍ତା ଖାଇ ନଷ୍ଟ କରିଥିଲେ। ନିକଟରେ ଥିବା ଚିତ୍ତରଞ୍ଜନ ଧଳବିଶୋଇଙ୍କ ଧାନ କଳ ମେସିନ ଘର ବି ଭାଙ୍ଗି ନଷ୍ଟ କରିଦେଇଛନ୍ତି ହାତୀପଲ। ସେହିପରି ଆଖ ପାଖରେ ଚାଷ କରିଥିବା ଲୋକଙ୍କ ଫସଲ ମଧ୍ୟ ନଷ୍ଟ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/e6154db7-49ad-48b3-91d0-bda2b0220b4d.jpg)