ନାଲକୋନଗର: ନାଲକୋନଗର ଥାନା ଅନ୍ତର୍ଗତ ନାଲକୋ ଉଦ୍ୟାନ ବିଭାଗ ଠିକା କର୍ମଚାରୀ ମୋହନ ପାଦିଲୀ(୪୬)ଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ ଆଜି ୧୦ ଘଟିକା ସମୟରେ ନାଲକୋ କଲ୍ୟାଣିମଣ୍ଡପ ପାଖ ଅଞ୍ଚଳରେ ଥିବା ଗଛଗୁଡିକ ପରିଷ୍କାର କରୁଥିବା ବେଳେ ନିକଟରେ ଥିବା ଏକ ବିଦ୍ୟୁତ୍‌ ତାର ଉପରେ ପଡିଥିବା କଟା ଡାଳକୁ ବାହାର କରୁଥିବା ବେଳେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ମୂର୍ଚ୍ଛା ହୋଇ ଯାଇଥିଲେ।

Advertisment

ପାଖରେ ଥିବା ସହଯୋଗୀ ତାଙ୍କୁ ତୁରନ୍ତ ନାଲକୋ ଡାକ୍ତରଖାନାକୁ ଆଣିଥିବା ବେଳେ ଘଟଣାସ୍ଥଳରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ଖବର ପାଇ ଉଦ୍ୟାନ ବିଭାଗର ସମସ୍ତ ଠିକା କର୍ମଚାରୀ ଆସି କ୍ଷତିପୂରଣ ଦାବିରେ ଡାକ୍ତରଖାନା ପରିସରରେ ଆନ୍ଦୋଳନ କରିଥିଲେ। ମୃତକଙ୍କ ନିଜ ଘର ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳ ଥାନା ଖାଇରୀପାଲି ଗ୍ରାମ ହୋଇଥିବା ବେଳେ ମୋହନ ବହୁ ଦିନ ଧରି ନାଲକୋ ଥାନା ଅଞ୍ଚଳ ଶିଶୁହଟିଙ୍ଗରେ ରହୁଥିଲେ। ନାଲକୋର ଅଵହେଳା ଯୋଗୁ ବିଦ୍ୟୁତ୍‌ ଲାଇନ କଟା ଯାଇନଥିବା ଅଭିଯୋଗ କରିଛନ୍ତି। ଦୋସୀଙ୍କୁ କଠୋର ଦଣ୍ଡ ମିଳୁ ବୋଲି ଦାବି ହୋଇଛି।