ଅନୁଗୁଳ: ସ୍ୱାମୀର ଚୋରା ପୀରତି। ଯୁବତୀଙ୍କୁ ବାଇକରେ ନେଇ ବୁଲାଉ ଥିବାବେଳେ ରାସ୍ତାରେ ଧରିଲେ ପତ୍ନୀ। ଉଭୟ ସ୍ୱାମୀ ଆଉ ମହିଳାଙ୍କୁ ହେଲା ମାଡ଼। ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଆଜି ଘଟିଥିବା ଏହି ଘଟଣା ବେଶ ଚର୍ଚ୍ଚାର ବିଷୟ ହୋଇଛି।
ମିଳିଥିବା ସୂଚନା ମୁତାବକ ଏହି ଚୋରା ପୀରତିରେ ସମ୍ପୃକ୍ତ ଯୁବକଙ୍କ ଘର ଅନୁଗୁଳ ସହର ଉପକଣ୍ଠ ଏକ ଗାଁରେ। ଯୁବକ ଜଣକ ତାଙ୍କ ପ୍ରେମିକାଙ୍କୁ ବାଇକରେ ବସାଇ ବୁଲାଉଥିବା ବେଳେ ରାସ୍ତାରେ ସ୍ତ୍ରୀ ଦେଖିବାକୁ ପାଇଥିଲେ। ସ୍ୱାମୀର ପିଛା କରି ମହିଳା ଜଣକ ଗୋଡାଇ ଥିଲେ। ବ୍ୟକ୍ତି ଜଣକ ସ୍ତ୍ରୀକୁ ଦେଖି ଡାକ୍ତରଖାନା ପରିସରକୁ ପଳାଇଥିଲେ। ମହିଳା ଜଣକ ନିଜ ବାପ ଘର ଲୋକଙ୍କୁ ଖବର ଦେଇ ଡାକ୍ତରଖାନାକୁ ଡାକିଥିଲେ।
/sambad/media/post_attachments/wp-content/uploads/2020/11/dbef2f7f-a39d-48bb-bee6-0d93bec66c45-e1605167849908.jpg)
ଡାକ୍ତରଖାନାରେ ଉଭୟ ପ୍ରେମୀ ଯୁଗଳଙ୍କୁ ଅଟକ ରଖି ଦୁହିଁଙ୍କ ଭିତରେ କଣ ସମ୍ପର୍କ ବୋଲି ପଚରା ଯାଇଥିଲା। ଆମେ ଦୁହେଁ ଦୁହିଁଙ୍କୁ ଭଲପାଉ ବୋଲି ସେମାନେ କହିବା ପରେ ପରିବାର ଲୋକେ ଦୁହିଁଙ୍କୁ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ପିଟିଛନ୍ତି। ଏ ଘଟଣା ବେଶ ଚର୍ଚ୍ଚାର ବିଷୟ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/Anugul-case12_Thumb.jpg)