ବନ୍ତଳା:ଅନୁଗୁଳ ବ୍ଳକ କୁଲସର ଗ୍ରାମରେ ଆଜି ହାତୀ ଆକ୍ରମଣରେ ଜଣେ ଚାଷୀଙ୍କ ଜୀବନ ଯାଇଛି।ପ୍ରାପ୍ତ ସୂଚନା ଅନୁଗୁଳ ବନାଞ୍ଚଳ ମାଣିକଯୋଡ଼ି ପଞ୍ଚାୟତ କୁଲସର ଗ୍ରାମର ଚାଷୀ ପ୍ରକାଶ ସାହୁ(୪୫) ଗତକାଲି ରାତିରେ ଧାନ କ୍ଷେତ ଜଗିବା ପାଇଁ ଯାଇଥିଲେ।ତେବେ ସେଠାରେ ଥିବା ଏକ ମଞ୍ଚାରେ ଧାନ ଫସଲ ଜଗିଥିବା ବେଳେ ବିଳମ୍ବିତ ରାତିରେ ଏକ ଦନ୍ତା ହାତୀ ପ୍ରକାଶଙ୍କୁ ଆକ୍ରମଣ କରିଥିଲା।ତେବେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।
ଏନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ତେବେ ବନ ବିଭାଗର ଅଧିକାରୀମାନେ ଲୋକଙ୍କୁ ବୁଝାସୁଝା ପରେ ଉତ୍ତେଜନା ଥମିଥିଲା। ଅନ୍ୟପକ୍ଷରେ ପୁରୁଣାକୋଟ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।