ଶ୍ୱଶୁର, ବୋହୂଙ୍କୁ ଆକ୍ରମଣ ମାମଲାରେ ୩ ଗିରଫ

ପାଇକସାହି: ଠାକୁରଗଡ଼ ଥାନା ଘୋଡ଼ାବାନ୍ଧୁଣୀ ଗାଁର ଲକ୍ଷ୍ମୀଧର ପ୍ରଧାନ ଓ ତାଙ୍କ ବୋହୂ ଯଶୋବନ୍ତୀ ପ୍ରଧାନଙ୍କୁ ଟାଙ୍ଗିଆରେ ଆକ୍ରମଣ କରିବା ଅଭିଯୋଗରେ ପୁଲିସ ସେହି ଗାଁର ସୁରେଶ ବେହେରା, ତାଙ୍କ ଭିଣୋଇ ଲମ୍ବୋଦର ରାଉତ, ଭଉଣୀ ଉର୍ମିଳା ରାଉତଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ପୁଲିସ ସୂତ୍ରରୁ ପ୍ରକାଶ, ଲକ୍ଷ୍ମୀଧର ଓ ସୁରେଶଙ୍କ ପରିବାର ମଧ୍ୟରେ ଏକ ଗୁଣ୍ଠ ଜମି ପାଇଁ ବିବାଦ ଲାଗି ରହିଥିଲା। ଗତ ରବିବାର ସୁରେଶ ଲକ୍ଷ୍ମୀଧର ଓ ଯଶୋବନ୍ତୀଙ୍କୁ ଟାଙ୍ଗିଆରେ ମରଣାନ୍ତକ ଆକ୍ରମଣ କରିଥିଲେ। ଉଭୟ ଗୁରୁତର ଆହତ ହୋଇ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଲକ୍ଷ୍ମୀଧରଙ୍କ ସଂପର୍କୀୟ ଲମ୍ବୋଦର ପ୍ରଧାନଙ୍କ ଅଭିଯୋଗ କ୍ରମେ ପୁଲିସ କେସ୍‌ ନମ୍ବର ୨୪/୨୦୧୮, ଦଫା ୩୪୧, ୨୯୪, ୩୦୭, ୩୫୪, ୫୦୬, ୩୪ ଆଇପିସିରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ଭଉଣୀ, ଭିଣୋଇଙ୍କ ସହଯୋଗରେ ସୁରେଶ ଆକ୍ରମଣ କରିଥିଲେ ବୋଲି ପୁଲିସ ସୂଚନା ଦେଇଛି।

ସମ୍ବନ୍ଧିତ ଖବର