ନଦୀରେ ନିଖୋଜ ଦମ୍ପତି:ଖୋଜୁଛି ଅଗ୍ନିଶମ ବାହିନୀ

କାମାକ୍ଷାନଗର: କାମାକ୍ଷାନଗର ଥାନା ଗୁଣ୍ଡିଚାନାଳୀ ମଲାର ସାହିର କୁଶ ପଧାନ(୨୪) ଓ ତାଙ୍କ ପତ୍ନୀ ରିଙ୍କି ଦେହୁରୀ(୨୦) ଗତକାଲି ଦିନ ୨ଟାବେଳୁ ରାମିଆଳ ନଦୀରେ ଭାସିଯାଇଛନ୍ତି। ସ୍ୱାମୀ-ସ୍ତ୍ରୀ ଜଙ୍ଗଲକୁ ମହୁ ସଂଗ୍ରହ ପାଇଁ ଯାଇଥିଲେ। ଯିବାବେଳେ  ରାମିଆଳ ନଦୀରେ ପଶି ଯାଇଥିବାବେଳେ ଫେରିବାବେଳକୁ ବଢ଼ିପାଣି ଆସିଯାଇଥିଲା। ତଥାପି ଦୁହେଁ ନଦୀରେ ପଶିଥିଲୋ। ଫଳରେ ଉଭୟ ପ୍ରବଳ ସ୍ରୋତରେ ଭାସିଯାଇଛନ୍ତି। ଗତକାଲିଠାରୁ କାମାକ୍ଷାନଗର, କଙ୍କଡ଼ାହାଡ଼ ଓ ପର୍ଜଙ୍ଗ ଅଗ୍ନିଶମ ବାହିନୀ ସେମାନଙ୍କୁ ନଦୀରେ ଖୋଜୁଛି। ରିପୋର୍ଟ ଲେଖାହେବା ସୁଦ୍ଧା (ସଂଧ୍ୟା ୬ଟା) ତାଙ୍କ ସଂଧାନ ମିଳିନଥିଲା।

ସମ୍ବନ୍ଧିତ ଖବର