ଅନୁଗୁଳ: ତାଳଚେରରେ ଯୁବକଙ୍କୁ ଗୁଳିମାଡ଼, କଟକ ସ୍ଥାନାନ୍ତର

ଅନୁଗୁଳ: ତାଳଚେରରେ ଜଣେ ଯୁବକଙ୍କୁ ଶନିବାର ରାତି ଗୁଳିମାଡ଼ ହୋଇଛି। ସନ୍ଥପକ୍ଷା ଗାଁରେ ଯୁବକଙ୍କୁ ଗୁଳିକରି ଦୁର୍ବୃତ୍ତମାନେ ଫେରାର ହୋଇ ଯାଇଛନ୍ତି। ଯୁବକଙ୍କ ବାମ ଛାତିରେ ଗୁଳି ବାଜିବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ମେଡିକାଲ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁସାରେ ଢେଙ୍କାନାଳ ଜିଲ୍ଲାର ପରଜଙ୍ଗ ଅଞ୍ଚଳର ଯୁବକ ଗୁଳିକାଣ୍ଡର ଶିକାର ହୋଇଛନ୍ତି। କାରଣ ଅସ୍ପଷ୍ଟ ଥିବା ବେଳେ ପୁଲିସ ଛାନ୍‌ଭିନ୍‌ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର