ପାଲଲହଡ଼ା: ଗତକାଲି ରାତିରେ ପାଲଲହଡା ପୁଲିସ ପେଟ୍ରୋଲିଙ୍ଗ କରୁଥିବା ବେଳେ ସମ୍ବଲପୁର ଧମାରୁ ଆସୁଥିବା ଗୋଟିଏ ପିକଅପ ଏବଂ ଆଉ ଗୋଟିଏ କାରରୁ ବିଦେଶୀ ମଦ ଜବତ କରିଛି।
ସୂଚନା ମୁତାବକ, କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଜଗମୋହନପୁର ବିଦେଶୀ ମଦ ଦୋକାନକୁ ଚାଲାଣ ହେଉଥିବା ବେଳେ ପାଲଲହଡା ପୁଲିସ ୪୯ ନମ୍ବର ଜାତୀୟ ରାଜପଥ କଲେଜ ଛକଠାରେ ଚୋରା ବିଦେଶୀ ମଦ ଯାଉଥିବା ଦୁଇଟି ଗାଡ଼ିକୁ ଜବତ କରି ଯାଞ୍ଚ କଲାବେଳେ ସେଥିରୁ ଚୋରାରେ ଥିବା ୧୫୨ ପେଟି ବିଦେଶୀ ଚୋରା ମଦ (୧୩୪୦ ଲିଟର) ଜବତ କରିଥିଲେ ଏବଂ ୪ ଜଣଙ୍କୁ ଗିରଫ କରିଥିଲେ। ଚୋରା ବିଦେଶୀ ମଦ ଚାଲାଣ ଅଭିଯୋଗରେ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି।
ଚୋରାଚାଲାଣ ବେଳେ ବିଦେଶୀ ମଦ ଜବତ କଲା ପାଲଲହଡ଼ା ପୁଲିସ
/sambad/media/post_attachments/wp-content/uploads/2022/03/Untitled-30.png)