ତାଳଚେର: ଅନୁଗୁଳଜିଲ୍ଲା ତାଳଚେର ପୁଲିସ ରାଣିପାର୍କ ଅଞ୍ଚଳରୁ ୨୨ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହିତ ୪ ଜଣଙ୍କୁ ଗିରଫ କରିଛି। ଏହାସହ ତାଙ୍କ ନିକଟରୁ ୩ ହଜାର ଟଙ୍କା, ଗୋଟିଏ ବାଇକ୍ (ଓଡି- ୧୯ଏଲ- ୩୮୮୧) ଓ ୨ଟି ମୋବାଇଲ ଫୋନ୍ ଜବତ କରାଯାଇଛି।
ରବିବାର ରାଣୀପାର୍କ ଅଞ୍ଚଳରେ ବ୍ରାଉନସୁଗାର ବିକ୍ରି ପାଇଁ ଅପେକ୍ଷାରେ ରହିଥିବାବେଳେ ୪ଜଣଙ୍କୁ ମାଡ଼ି ବସିଥିଲା ତାଳଚେର ପୁଲିସ।
ଗିରଫ ହୋଇଥିବା ବ୍ୟକ୍ତି ତାଳଚେର ଥାନା ଅଞ୍ଚଳର ପଙ୍କଜ ପ୍ରଧାନ(୩୪), ଶ୍ୟାମଘନ ନାଏକ(୩୯), ରିତାଞ୍ଜଳି ଶାକ୍ୟ(୪୫) ଏବଂ ସୁଜିତ ବାହାଦୁର ବୋଲି ଜଣାପଡ଼ିଛି। ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ତାଳଚେର ପୁଲିସ ପକ୍ଷରୁ ସୂଚନା ରହିଛି।
angul
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/09/04/01-brownsugar-2025-09-04-20-35-39.jpg)