ତାଳଚେର: ଗତ ୨୪ ତାରିଖରେ ଜଣେ ମହିଳାଙ୍କ ବେକରୁ ଦୁନା ଚେନ୍ ଛିଣ୍ଡାଇ ନେଇଥିବା ଯୁବକକୁ ଆଜି ତାଳଚେର ପୁଲିସ ଗିରପ କରିଛି। ସୂଚନାଯୋଗ୍ୟ, ଅନୁଗୁଳ ବ୍ଲକ୍ ଖମାର ଗ୍ରାମର କମଳ ଲୋଚନ ପ୍ରଧାନ ତାଙ୍କ ପତ୍ନୀଙ୍କ ସହ ହାଟତୋଟା ଲେଭଲ କ୍ରସିଂ ଦେଇ ଗତ ୨୪ ତାରିଖ ରାତି ୮ଟା ବେଳେ ଟାଉନ ଯାଉଥିଲେ। ଏହି ସମୟରେ ଦୁଇଜଣ ଯୁବକ ଏକ ବାଇକରେ ଆସି କମଳଙ୍କ ପତ୍ନୀଙ୍କ ବେକରୁ ସୁନାଚେନ୍ ଛିଣ୍ଡାଇ ନେଇଥିଲେ । ତେବେ କମଳଙ୍କ ପତ୍ନୀ ବାଇକ୍ ନମ୍ବର ମନେ ରଖି ଜଣେ ହୋମଗାର୍ଡକୁ ତୁରନ୍ତ ଖବର ଦେବା ପରେ ତାଳଚେର ଥାନାରେ ଅଭିଯୋଗ କରିଥିଲେ। ଉକ୍ତ ଯୁବକ ଦୁଇଜଣଙ୍କ ମଧ୍ୟରୁ ଜଣେ ହାଟତୋଟା ବଜାର ଅଂଚଳରେ ସରବତ ପିଉଥିବାର ଦେଖି ପୁଲିସ ତାକୁ ଅଟକ ରଖି ପଚରାଉଚୁରା କରିଥିଲା। ଅାଜି ପୁଲିସ ତାକୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଯୁବକଜଣକ ତାଳଚେର ଥାନା ଧରମପୁର ଗ୍ରାମର କମଳକାନ୍ତ ମହାପାତ୍ର। କମଳକାନ୍ତ କାମାକ୍ଷାନଗର ବିଜେଡି ନେତା ଯଶୋବନ୍ତ ପରିଡା ହତ୍ୟାକାଣ୍ଡର ଅନ୍ୟତମ ଅଭିଯୁକ୍ତ ବୋଲି ପୁଲିସ ସୂତ୍ରରୁ ପ୍ରକାଶ।
ସୁନା ଚେନ୍ ଲୁଟେରା ଗିରଫ
/sambad/media/post_attachments/wp-content/uploads/2019/06/snetchedaway-chain.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)