ଛେଣ୍ତିପଦା: ଅନୁଗୁଳ-ଛେଣ୍ଡିପଦା ୬୩ ନମ୍ବର ରାଜ୍ୟ ରାଜପଥର କୁକୁରପେଟା ଡ୍ୟାମଛକ ନିକଟରେ ହାଇୱା ସହିତ କାର ମୁହାଁମୁହିଁ ଧକ୍କାରେ କାରରେ ଥିବା ୩ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ପୁଲିସ ସୂତ୍ରରୁ ପ୍ରକାଶ ଯେ ଆଜି ଭୋର ସକାଳ ସାଢେ ୪ଟାରେ ସୁନ୍ଦରଗଡ଼ରୁ ଓଡ଼ି-୦୫-ଏଏକ୍ସ-୨୨୧୬ ନମ୍ବର କାରରେ ଚାଳକ ସମେତ ୪ ଜଣ ନିଜ ଘର ଆଠଗଡ଼କୁ ଫେରୁଥିଲେ। ଫେରିବା ରାସ୍ତାରେ କୁକୁରପେଟା ଡ୍ୟାମ୍ ନିକଟରେ ହାଇଓ୍ବା ସହିତ ମୁହାଁମୁହିଁ ଧକ୍କା ହୋଇଥିଲା।
ଧକ୍କାରେ କାରରେ ଥିବା ଆଠଗଡ଼ର ଦୀପ୍ତିରଞ୍ଜନ ସେଠୀ(୩୫), ବିବେକ ସେଠୀ(୨୭) ଓ କେନ୍ଦ୍ରାପଡାର ଦେବାଶିଷ ସେଠୀ(୩୨) ଗୁରୁତର ଅବସ୍ଥାରେ ଛେଣ୍ଡିପଦା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଅନୁଗୁଳ ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। ଖବରପାଇ ପୁଲିସ ଦୁଇ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରି ତଦନ୍ତ ଚଳେଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/a95b0feb-e33b-4048-9ff4-91e33070bb4e.jpg)