ଯୁକ୍ତଦୁଇ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦାର ଏକ ଘରୋଇ ମେସରେ ରହୁଥିବା ବାପୁଜୀ ମହାବିଦ୍ୟାଳୟର ଯୁକ୍ତଦୁଇ ଛାତ୍ରଙ୍କ ଝୁଲନ୍ତା ମୃତଦେହକୁ ପୁଲିସ ଉଦ୍ଧାର କରି ତଦନ୍ତ ଚଳାଇଛି।

ସୂଚନା ଅନୁଯାୟୀ, ନିଶା ଶିଳ୍ପାଞ୍ଚଳ ଥାନା ବରପଦା ଗ୍ରାମର ଡିଲେଶ୍ୱର ସାହୁଙ୍କ ସାନ ପୁଅ ବିବେକା(୧୭) ଛେଣ୍ଡିପଦାର ଏକ ଘରୋଇ ମେସରେ ରହି ପଢୁଥିଲେ। ଗତକାଲି ରାତି ୯ ଟାରୁ ବିବେକା ନିଖୋଜ ଥିଲେ। ଆଜି ସକାଳେ ମେସଠାରୁ ୩୦୦ ମିଟର ଦୂରରେ ଏକ ମହୁଲ ଗଛ ଡାଳରେ ବିବେକାର ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମେସ ମାଲିକଙ୍କଠାରୁ ସୂଚନା ପାଇ ଛେଣ୍ଡିପଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି। ବିବେକାଙ୍କ ପରିବାର ଲୋକେ ପୁଅକୁ ହତ୍ୟା ଅଭିଯୋଗ କରିଛନ୍ତି। ମୃତଦେହ ଜବତ କରି ପୁଲିସ ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର