ପାଲଲହଡା: ଗରମ ପାଣି ପକେଇ ସ୍ୱାମୀ-ସ୍ତ୍ରୀଙ୍କୁ ଆକ୍ରମଣ କଲେ ପରିବାର ଲୋକ, ଉଭୟ ଗୁରୁତର

ପାଲଲହଡ଼ା: ଅନୁଗୁଳ ଜିଲ୍ଲାର ପାଲଲହଡା ବ୍ଲକ ଚାଷଗୁରୁଜଙ୍ଗ ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଗତକାଲି ସଂଧ୍ୟା ୮ଟାରେ ପାରିବାରିକ କଳହକୁ କେନ୍ଦ୍ର କରି ଗରମ ପାଣିରେ ଆକ୍ରମଣ ଘଟିବାରୁ ସ୍ୱାମୀ, ସ୍ତ୍ରୀ ଗୁୁରୁତର ଆହତ ହୋଇଛନ୍ତି।

ସୂଚନାରୁ ଜାଣିବାକୁ ମିଳିଛି ଯେ ସ୍ବାମୀ ଟିକେଶ୍ୱର ନାୟକ ଓ ସ୍ତ୍ରୀ ବାସନ୍ତୀ ନାୟକଙ୍କ ଉପରକୁ ତାଙ୍କ ଦୁଇ ଯାଆ, ଶାଶୂ, ଶଶୁର, ଦିଅର ମିଳିମିଶି ଗରମ ପାଣି ପକାଇ ଆକ୍ରମଣ କରିଥିଲେ। ଫଳରେ ଉଭୟ ସ୍ବାମୀ-ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି। ଉଭୟଙ୍କୁ ପାଲଲହଡା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ପାଲଲହଡା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର