ଅବକାରୀ କର୍ମଚାରୀ ନାଁରେ ଚାନ୍ଦା ଆଦାୟ

ବଇଣ୍ଡା: ହଣ୍ଡପା ଥାନା ଗୋବିନ୍ଦ ପୁର ଗାଁରେ ୨ ଜଣ ଯୁବକ ଘରକୁ ଘର ବୁଲି ଚାନ୍ଦା ମାଗୁଥିବା ଅଭିଯୋଗ ହୋଇଛି। ଗ୍ରାମ ସଭାପତି ସୁରମଣି ପ୍ରଧାନ ଏ ସଂପର୍କରେ ଥାନାରେ ଅଭିଯୋଗ କରିଛନ୍ତି। ମଟରସାଇକେଲ୍‌ରେ ଆସୁଥିବା ଏହି ଯୁବକ ୨ ଜଣ ନିଜକୁ ଅବକାରୀ କର୍ମଚାରୀ କହୁଛନ୍ତି। ସେମାନଙ୍କୁ ଜଣେ ଅବକାରୀ ଅଧିକାରୀ ପଠାଇଥିବା କହି ଜୋର୍‌ ଜବରଦସ୍ତ ଚାନ୍ଦା ମାଗୁଛନ୍ତି ବୋଲି ଗ୍ରାମ ସଭାପତି ଶ୍ରୀ ପ୍ରଧାନ ଅଭିଯୋଗରେ ଦର୍ଶାଇଛନ୍ତି।

ସମ୍ବନ୍ଧିତ ଖବର