କଙ୍କଡ଼ାହାଡ଼: ଗତକାଲି ରାତିରେ କାଳବୈଶାଖୀ ଝଡ଼ ଯୋଗୁଁ କଙ୍କଡ଼ାହାଡ଼ ବ୍ଲକ୍ର କେତେକ ସ୍ଥାନରେ ବହୁ କ୍ଷୟକ୍ଷତି ଘଟିଛି। ଦଶିପୁର ପଞ୍ଚାୟତ କୁସୁମୁଣ୍ଡିଆ ଗାଁର ଶ୍ରୀନିବାସ ସାହୁଙ୍କ କୁକୁଡ଼ା ଫାର୍ମ ସମ୍ପୂର୍ଣ୍ଣ ନଷ୍ଟ ହେଇଯାଇଥିବାବେଳେ ଚାନ୍ଦପୁର ଗାଁର ଅନ୍ତର୍ଯ୍ୟାମୀ ସାହୁଙ୍କର କଦଳୀ ବଗିଚା ଉଜୁଡ଼ି ଯାଇଛି। ସୂଚନା ଅନୁଯାୟୀ, ଶ୍ରୀନିବାସ ବ୍ୟାଙ୍କରୁ ଋଣ ଆଣି କୁକୁଡ଼ା ଫାର୍ମ କରିଥିଲେ। ୨୫୦୦ କୁକୁଡ଼ା ତାଙ୍କ ଫାର୍ମରେ ଥିଲେ। ଗତକାଲି ରାତିରେ ପ୍ରବଳ ବେଗରେ ପବନ ବହିବାରୁ ଫାର୍ମ ଭୁଶୁଡ଼ି ପଡ଼ିଥିଲା। ତାଙ୍କ ପରିବାର ସଦସ୍ୟ ସେଠାରେ ଶୋଇଥିଲେ। ତାଙ୍କର ସମସ୍ତ କୁକୁଡ଼ା ମରିଯାଇଥିବାବେଳେ ପରିବାର ଲୋକ ଅଳ୍ପକେ ରକ୍ଷା ପାଇଯାଇଛନ୍ତି। ଶ୍ରୀନିବାସଙ୍କ ଆର୍ଥିକ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ସରକାର ତାଙ୍କୁ ସହାୟତା ଯୋଗାଇ ଦେବାକୁ ଶ୍ରୀନିବାସ ନିବେଦନ କରିଛନ୍ତି। ସେହିପରି ଅନ୍ତର୍ଯ୍ୟାମୀଙ୍କ କଦଳୀ ବଗିଚା ସଂପୂର୍ଣ୍ଣ ନଷ୍ଟ ହୋଇଯିବାରୁ ସେ ହତାଶ ହୋଇପଡ଼ିଛନ୍ତି। ସେ ଜଣେ ଗରିବ ଲୋକ। ତାଙ୍କୁ ସରକାରୀ ସହାୟତା ପ୍ରଦାନ ପାଇଁ ଅନ୍ତର୍ଯ୍ୟାମୀ ଦାବି କରିଛନ୍ତି।
କାଳବୈଶାଖୀ ପ୍ରକୋପ:ଉଜୁଡ଼ିଲା କୁକୁଡ଼ା ଫାର୍ମ, କଦଳୀ ବଗିଚା
/sambad/media/post_attachments/wp-content/uploads/2019/06/ang1a.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)