ହରିୟାଣାରେ ବୁଲିଲା କିଶୋରୀ ରଥ

ଅନୁଗୁଳ: ଅନୁଗୁଳ, ଛେଣ୍ଡିପଦା ଓ ବଅଁରପାଳରେ କିଶୋରୀ ଏକ୍ସପ୍ରେସ୍‌ର ସଫଳତା ପରେ ଜେଏସ୍‌ପିଏଲ୍‌ ଫାଉଣ୍ଡେସନ ପକ୍ଷରୁ ଏହି ସେବାକୁ ହରିୟାନାକୁ ପ୍ରସାରିତ କରାଯାଇଛି। କିଶୋରୀମାନଙ୍କର ରକ୍ତହୀନତା ଦୂରୀକରଣ ନିମନ୍ତେ ଉଦ୍ଦିଷ୍ଟ ଏହି କିଶୋରୀ ଏକ୍ସପ୍ରେସକୁ ଆଜି କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଚୌଧୁରୀ ବିରେନ୍ଦ୍ର ସିଂହ ହରିୟାନାର ନୁହ ଜିଲ୍ଲା ଇନ୍ଦ୍ରି ପଞ୍ଚାୟତରେ ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଇସ୍ପାତ ବିଭାଗ ଯୁଗ୍ମ ସଚିବ ପୂନିତ କଂସାଲ, ନୁହ ଜିଲ୍ଲାପାଳ ପଙ୍କଜ କୁମାର, ଜେଏସପିଏଲ ଫାଉଣ୍ଡେସନର ସହ-ଅଧ୍ୟକ୍ଷl ଶାଲୁ ଜିନ୍ଦଲ, ନନ୍ଦିତା ବକ୍ସି, ଜେଏସ୍‌ପିଏଲ୍‌ର ଯୁଗ୍ମ ପରିଚାଳନା ନିର୍ଦେଶକ ଏନ୍‌. ଏ. ଅନସାରି, ଜେଏସ୍‌ପିଏଲ୍‌ ଗ୍ରୁପ ମୁଖ୍ୟ (ସିଏସଆର ଏବଂ ଶିକ୍ଷା) ପ୍ରଶାନ୍ତ ହୋତା, ପୁଷ୍ପଲତା ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ। ଜେଏସପିଏଲ ଫାଉଣ୍ଡେସନର ସହ-ଅଧ୍ୟକ୍ଷl ଶାଲୁ ଜିନ୍ଦଲ ଓଡିଶା‌‌ରେ କିଶୋରୀ ଏକ୍ସପ୍ରେସ୍‌ର ଅଭିଜ୍ଞତା ଏବଂ ସଫଳତା ହରିୟାନା‌ରେ ଦୋହରାଇବା ଉପରେ ଦୃଢ଼ ଆଶାପୋଷଣ କରିଥିଲେ। ଜେଏସ୍‌ପିଏଲ୍‌ର ଯୁଗ୍ମ ପରିଚାଳନା ନିର୍ଦେଶକ ଏନ୍‌. ଏ. ଅନସାରି ଓଡ଼ିଶାରେ ‘କିଶୋରୀ ଏକ୍ସପ୍ରେସ’ର ସଫଳତା କଥା ବଖାଣିବା ସହିତ ରହି ଏହି ରଥ ରକ୍ତହୀନତା ଦୂରୀକରଣରେ ବେଶ୍‌ ସହାୟକ ହୋଇପାରିବ ବୋଲି କହିଥିଲେ। ଜେଏସପିଏଲ ଅଧ୍ୟକ୍ଷ ନବୀନ ଜିନ୍ଦଲଙ୍କ ନେତୃତ୍ଵରେ ଅନୁଗୁଳରେ ରାଜ୍ୟର ସର୍ବବୃହତ୍‌ ୬ଏମ୍‌ଟିପିଏ କ୍ଷମତା ବିଶିଷ୍ଟ ସମନ୍ଵିତ ଇସ୍ପାତ କାରଖାନା ପ୍ରତିଷ୍ଠା କରାଯାଇ ସେହି ଅଞ୍ଚଳରେ ବସବାସ କରୁଥିବା କିଶୋରୀମାନଙ୍କ ରକ୍ତହୀନତାର ଚିହ୍ନଟକରଣ ଏବଂ ଦୂରୀକରଣ ପାଇଁ ୨୦୧୧ମସିହାରୁ ଏହି ପଦକ୍ଷେପ ନିଆଯାଇଛି। ଏହା ଦ୍ବାରା ୫୨୮ଟି ଗ୍ରାମର ୫୪୦୦୦ କିଶୋରୀଙ୍କ ନିୟମିତ ରକ୍ତହୀନତା ପରୀକ୍ଷା କରିବା ସହ ସେମାନଙ୍କୁ କିଭଳି ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ଉପଲବ୍ଧ ହେବ ସେଥି ପାଇଂ ବିଭିନ୍ନ ପରାମର୍ଶ ଦିଆଯାଇ ପାରୁଛି ବୋଲି ଜିନ୍ଦଲ ପକ୍ଷରୁ କୁହାଯାଇଛି। ଜେଏସପିଏଲ ଫାଉଣ୍ଡେସନ ଏବଂ ଜିଲ୍ଲା ପ୍ରଶାସନର ମିଳିତ ଭାଗିଦାରୀରେ କିଶୋରୀ ଏକ୍ସପ୍ରେସ କାର୍ଯ୍ୟକ୍ରମ ଏକ ସଫଳ କାର୍ଯ୍ୟକ୍ରମ ହୋଇଛି। ଏହି ସଫଳତାକୁ ପୁନର୍ବାର ନୁହ ଜିଲ୍ଲାରେ ଆମେ ଦୋହରାଇବୁ ବୋଲି ଶ୍ରୀ ହୋତା ଆଶା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର