ଅନୁଗୁଳ: ବଅଁରପାଳ ଥାନା ଅନ୍ତର୍ଗତ ଭୋଗବେରିଣୀ ପଞ୍ଚାୟତ କେନ୍ଦୁପାଲି ଗାଁ ମଙ୍ଗଳ ଚନ୍ଦ୍ରଙ୍କ ଭଡ଼ାଘରେ ତାଳଚେର ସାର କାରଖାନାରେ ଶ୍ରମିକ ତଥା ଥର୍ମାଲ ପ୍ଲାଣ୍ଟରେ ଏକ ଘରୋଇ ଠିକା ସଂସ୍ଥା ଅଧୀନରେ ଶ୍ରମିକ ଭାବେ କାମ କରୁଥିବା ବ୍ୟକ୍ତିଙ୍କଠାରୁ ଲୁଟ୍ ହୋଇଛି। ଗତକାଲି ହଠାତ୍ ଦୁଇଜଣ ଯୁବକ ଆସି ବନ୍ଧୁକ ଦେଖାଇ ପ୍ରାୟ ସମସ୍ତଙ୍କଠାରୁ ୩୦ ହଜାର ଟଙ୍କା ନେବା ଶହ ୧୨ଟି ମୋବାଇଲ ନେଇ ଯାଇଥିଲେ।
କିଛି ଲୋକ ଟଙ୍କା ଓ ମୋବାଇଲ ନ ଦେବାରୁ ମାଡ଼ ମାରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପରେ ଆହତ ଯୁବକମାନେ ସ୍ଥାନୀୟ ଡାକ୍ତରଖାନରେ ଚିକିତ୍ସିତ ହେଉଛନ୍ତି। ଏ ନେଇ ବଅଁରପାଳ ଥାନାରେ ଏକ ମାମଲା ରୁଜୁ କରି ପୁଲିସ ତଦନ୍ତ ଚଳାଇଛି।