ଅନୁଗୁଳ : କଟକର ଜଣେ ଡାକ୍ତରଙ୍କୁ ୧୮ ଲକ୍ଷ ୫୦ ହଜାର ଟଙ୍କାର ଚୂନ ଲଗାଇ ଖସି ଯାଉଥିବା ବିଦେଶୀ ନାଗରିକ ନିକୋଲାସ କଜ୍‌ଭି(୪୪)କୁ ପୁଲିସ ଆଜି ଅନୁଗୁଳ ରେଳ ଷ୍ଟେସନରୁ ଗିରଫ କରିଛି। ଠକ ନିକୋଲାସଠାରୁ ନଗଦ ୧୮ ଲକ୍ଷ ୫୦ ହଜାର ଟଙ୍କା, ପାସପୋର୍ଟ, ମୋବାଇଲ ଫୋନ୍ ଆଦି ଜବତ କରାଯାଇଛି। ଘାନାର ନାଗରିକ ନିକୋଲାସ ଗତ ୨୦୧୮ ଅକ୍ଟୋବରରେ ବ୍ୟବସାୟିକ ଭିସାରେ ଭାରତ ଆସି ମୁମ୍ବାଇରେ ଅବସ୍ଥାନ କରୁଥିଲା। ସେଠାରୁ ଦୁଇ ମାସ ତଳେ ସେ କଟକ ଶିଶୁ ସଦନରେ କାର୍ଯ୍ୟରତ ଶିଶୁରୋଗ ବିଶେଷଜ୍ଞ ଡା. ମଂଗଳ ଚରଣ ମୁର୍ମୁଙ୍କୁ ‌ବ୍ରୋଙ୍କୋସ୍କୋପ ଓ ଏଣ୍ଡୋସ୍କୋପ ଉପକରଣ ବଜାର ଦରଠାରୁ ଶସ୍ତାରେ ଯୋଗାଇ ଦେବା ପାଇଁ ଫୋନ୍‌ରେ ପ୍ରଲୋଭନ ଦେଖାଇଥିଲା। ଏହାପ‌େର ନିକୋଲାସ ଡାକ୍ତର ମୁର୍ମୁଙ୍କୁ ଭେଟି ତାଙ୍କ ମନରେ ବିଶ୍ବାସ ଜନ୍ମାଇଥି‌ଲେ ଏବଂ ୧୮ ଲକ୍ଷ ୫୦ ହଜାର ଟଙ୍କା ଠକି ନେଇଥିଲେ।

Advertisment

publive-image

‌ନିକୋଲାସ ଚମ୍ପଟ ମାରିଥିବା କଥା ଜାଣିବା ପରେ ଡାକ୍ତର ମୁର୍ମୁ ସଂପର୍କୀୟଙ୍କ ସହ ତାକୁ ଖୋଜାଖୋଜି କରିଥିଲେ। ସେ ଅଟୋରିକ୍ସାରେ ରେଢ଼ାଖୋଲ ରାସ୍ତାରେ ଯାଉଥିବା ଜାଣି ‌େସମାନେ ପିଛା କରିଥିଲେ। ମାତ୍ର ‌ସେମାନେ ରେଢ଼ାଖୋଲ ରେଳଷ୍ଟେସନରେ ପହଂଚିବା ବେଳକୁ ନିକୋଲାସ ସେଠାରୁ ପଳାଇ ସାରିଥିଲା। ଘଟଣା ସଂକ୍ରାନ୍ତରେ ଡାକ୍ତର ମୁର୍ମୁ ବିଭିନ୍ନ ରେଳଷ୍ଟେସନ ଓ ଥାନାକୁ ଖବର ଦେଇଥିଲେ। ଆଜି ଅପରାହ୍‌ଣରେ ସେ ଅନୁଗୁଳ ରେଳଷ୍ଟେସନ ପରିସରରେ ଥିବା ସୂଚନା ପାଇ ପୁଲିସ ସେଠାରେ ଚଢ଼ଉ କରିଥିଲା। ସେ ଟ୍ରେନ୍‌ରେ ଚମ୍ପଟ ମାରିବା ପୂର୍ବରୁ ତାକୁ କାବୁ କରି ନେଇଥିଲା।