ଅନୁଗୁଳ: ଜୀବନରେ ୨ୟ ମହିଳାଙ୍କ ସ୍ୱାମୀ ହେବା ପୂର୍ବରୁ ବୁଧବାର ଜଣେ ବ୍ୟକ୍ତି ପୁଲିସ ହାତରେ ଗିରଫ ହୋଇଛି। ଅନୁଗୁଳ ଜିଲ୍ଲାର ମଝିକା ଗାଁରେ ଏହି ଅଭାବନୀୟ ଘଟଣା ଆଜି ଅପରାହ୍ନରେ ଦେଖିବାକୁ ମିଳିଛି। ସୂଚନା ଅନୁସାରେ ଅନୁଗୋଳ ଥାନା ମଝିକା ମନ୍ଦିରରେ ଜଣେ ବିବାହିତ ଯୁବକ ବିବାହ ହେଉଥିବା ସମୟରେ ପୁଲିସ ହାତରେ ଧରାପଡି ଗିରଫ ହୋଇଥିବା ଜଣାପଡିଛି।
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା କଂସରା ଅଞ୍ଚଳର ଅବନୀ ରାଉତ ୨୦୧୮ ଅଗଷ୍ଟ ଗତ ୨୬ରେ ହିନ୍ଦୋଳ ଥାନା ବିଲେଇଖଳି ଗ୍ରାମର ଜଣେ ଯୁବତୀ ଅପରାଜିତା ଭୋଇଙ୍କୁ ବିବାହ କରଥିଲା କିନ୍ତୁ ଜଣେ ଯୁବତୀଙ୍କୁ ବିବାହ କରିବା ପରେ ଆଜି ସମ୍ପୃକ୍ତ ଯୁବକ ଅନ୍ୟ ଜଣେ ଯୁବତୀକୁ ମିଥ୍ୟା ପ୍ରଲୋଭନ ଦେଖାଇ ଅନୁଗୋଳ ମଝିକା ମନ୍ଦିରରେ ବିବାହ ହେଉଥିବା ବେଳେ ସ୍ଥାନୀୟ ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟମାନେ ମହିଳା ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣା ସ୍ଥଳରୁ ଅଭିଯୁକ୍ତକୁ ଗିରଫ କରିଛି।
ବିବାହ ପାଇଁ ମଝିଗାଁ ମନ୍ଦିର ପରିସରରେ ଆୟୋଜନ ଚାଲିଥିଲା। ବନ୍ଧୁବାନ୍ଧବ ଆସି ଯାଇଥିଲେ। ଭୋଜିଭାତର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚି ଯାଇଥିଲା। ସମସ୍ତେ ଅପେକ୍ଷା କରିଥିଲେ ବର କେତେବେଳେ ବେଦୀରେ ବସିବେ। ଶୋଭାଯାତ୍ରାରେ ବାହାରି ଥିବା ବରଙ୍କ ହାତଗଣ୍ଠି ପଡ଼ିବା ଦୂରର କଥା, ବେଦୀକୁ ମଧ୍ୟ ପହଂଚି ପାରି ନଥିଲେ। ଏହା ପୂର୍ବରୁ ସେ ଗିରଫ ହୋଇ ଥାନାକୁ ଯାଇଛନ୍ତି। ଅଳ୍ପ ସମୟ ମଧ୍ୟରେ ବିବାହ ସ୍ଥଳରୁ ବନ୍ଧୁବାନ୍ଧବ ନିଜ ନିଜ ରାସ୍ତାରେ ଘରକୁ ଫେରି ଯାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/01/Angul-2.jpg)