ବନ୍ତଳା ବନାଞ୍ଚଳରେ ୨ଜଣଙ୍କ ଜୀବନ ନେଲା ହାତୀ

ବନ୍ତଳା: ଅନୁଗୁଳ ବ୍ଲକ ବନ୍ତଳା ବନାଞ୍ଚଳରେ ଗୋଟିଏ ଦିନରେ ଦୁଇଜଣଙ୍କ ଜୀବନ ନେଇଛି ହାତୀ। ଦନ୍ତାହାତୀର ଏଭଳି ତାଣ୍ଡବଲୀଳା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।

ସୂଚନା ଅନୁଯାୟୀ ବନ୍ତଳା ବନାଞ୍ଚଳ ଅରାଡିହ ଗ୍ରାମର ଅରୁଣ ପ୍ରଧାନ(୫୫) ଆଜି ଦିନ ୧୧ଟା ବେଳକୁ ନିଜ ବଗିଚାରେ ବାଉଁଶ ବାଡ଼ ଦେଉଥିଲା ବେଳେ ହାତୀ ଆକ୍ରମଣରେ ପ୍ରାଣ ହରାଇଥିଲେ। ସେଠାରେ ବନ ବିଭାଗ ଓ ପୁଲିସ ଶବ ଜବତ କରିବା ପରେ ବ୍ୟବଚ୍ଛେଦ ପାଇଁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ ଏହି ଘଟଣାର କେଇ ଘଣ୍ଟା ବିତି ନଥିବା ବେଳେ ପୁଣି ଜଣଙ୍କୁ ଦନ୍ତା ହାତୀ ଆକ୍ରମଣର ଶିକାର ହେବାକୁ ପଡିଛି। ସାନକନ୍ତକୁଳ ଗ୍ରାମର ଶ୍ରୀନିବାସ ସାହୁ(୬୫)ଗାଁ ନିକଟରେ ଥିବା ବାଉଁଶ ବୁଦାରୁ ବାଉଁଶ ସଂଗ୍ରହ କରିବାକୁ ଯାଇଥିବା ବେଳେ ତାଙ୍କୁ ଦନ୍ତାହାତୀ ପାଦରେ ଦଳି ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡି ଯାଇଥିଲା।ତେବେ ଗୋଟିଏ ଦିନରେ ହାତୀ ଆକ୍ରମଣରେ ଏଭଳି ଦୁଇ ଦୁଇଟି ନିରୀହ ଜୀବନ ଝଡି ପଡିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।ସୂଚନାଯୋଗ୍ୟ ଯେ ଗତ ଏପ୍ରିଲ ମାସ ୨୪ ତାରିଖରେ ଏହି ବଡ଼କନ୍ତକୁଳ ପଞ୍ଚାୟତରେ ଗୋଟିଏ ଦିନରେ ଦନ୍ତାହାତୀ ଦୁଇ ମହିଳାଙ୍କ ଜୀବନ ନେଇଥିଲା।

ସମ୍ବନ୍ଧିତ ଖବର