ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ମାରୁଢ଼ିପ ଗ୍ରାମର ଜଣେ ଚାଷୀ ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଛନ୍ତି। ବନ ବିଭାଗ ସୂତ୍ରରୁ ପ୍ରକାଶ ଆଜି ସକାଳ ୫ ଟାରେ ଗ୍ରାମର ଦୁର୍ଯ୍ୟୋଧନ ସାହୁ ଟର୍ଚ୍ଚ ଧରି ଘର ପଛ ବିଲକୁ ଶୌଚ ପାଇଁ ଯାଇଥିଲେ। ସେଠାରେ ଦନ୍ତାହାତୀ ଆକ୍ରମଣର ଶିକାର ହୋଇ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ।
କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକମାନେ ମୃତଦେହ ନିକଟରେ ଆନ୍ଦୋଳନ କରିଥିଲେ। ରେଞ୍ଜର ବନପାଳ ବନରଖି ବାଗେଡିଆ ଫାଣ୍ଡି ଏସଆଇ ବୁଝାସୁଝା କରିଥିଲେ ମଧ୍ୟ କ୍ଷତିପୂରଣ ପାଇଁ ଗ୍ରାମବାସୀ ନିଜ ଜିଦରେ ଅଟଳ ରହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/rs_1024x759-140408154504-1024.baby-elephant-grass.ls_.4814.jpg)