ଅଜଣା ଗାଡ଼ି ଧକ୍କାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ, ପୁଅ ଓ ଝିଆରୀ ଆହତ

ପାଲଲହଡ଼ା: ପାଲଲହଡ଼ା ୧୪୯ ନମ୍ବର ଜାତୀୟ ରାଜପଥରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ମୋଟର ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାରେ ଜଣେ ନାବାଳିକା ଓ ଜଣେ ନାବାଳକ ଆହତ ହୋଇଥିବାର ଖବର ମିଳିଛି।
ସୂଚନା ଅନୁଯାୟୀ, ଆଜି ସକାଳ ସାଢ଼େ ୧୦ଟା ସମୟରେ ପାଲଲହଡା ବ୍ଲକ ବତିସୁଆଁ ଗ୍ରାମର ସେତ ବେହେରା (୪୦) ମୋଟର ସାଇକେଲରେ ତାଙ୍କର ଝିଆରୀ ମାନସୀ ବେହେରା (୬) ଓ ପୁଅ ରିଙ୍କୁ ବେହେରା (୩)କୁ ନେଇ ନିଜ ଗ୍ରାମରୁ ବାହାରି ଖମାର ଆଡ଼କୁ ଯାଉଥିଲେ। ୧୪୯ ନମ୍ବର ଜାତୀୟ ରାଜପଥ ବରକୋଟିଆ ଗ୍ରାମ ଛକ ବୁଲାଣିଠାରେ ତାଳଚେର ଆଡୁ ଆସୁଥିବା ଏକ ଅଜଣା ଗାଡ଼ି ସହ ମୋଟର ସାଇକେଲର ମୁହାଁମୁହିଁ ଧକ୍ ହୋଇଥିଲା। ଏହାଫଳରେ ଘଟଣାସ୍ଥଳରେ ସେତଙ୍କ ମୃତ୍ୟୁ ହେବା ସହ ପୁଅ ଏବଂ ଝିଆରୀ ଗୁରୁତର ଆହତ ହେଇଥିଲେ। ଉଭୟଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଖମାର ଥାନା ପୁଲିସ ପହଞ୍ଚି ଶବକୁ ଜବତ କରି ତଦନ୍ତ ଜାରି ରଖିଛି। ଏଯାଏ ଦୁର୍ଘଟଣା ଘଟାଇଥିବା ଟ୍ରକର ପତା ମିଳିନି।

ସମ୍ବନ୍ଧିତ ଖବର