ଅନୁଗୁଳ: ଭାଉଜର ଟାଙ୍ଗିଆ ଚୋଟରେ ଗୁରୁତର ଆହତ ହୋଇ ଦିଅର ଅନୁଗୁଳ ଜିଲା ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରବିବାର ଭର୍ତ୍ତି ହୋଇଛନ୍ତି। ଘଟଣାରୁ ଜଣାପଡିଛି ଯେ ପାରିବାରିକ କଳହକୁ ନେଇ ବୁଢାପାଳ ଗ୍ରାମର ଅଇଣ୍ଠୁ ନାଏକ ଓ ଅଜିତ କୁମାର ନାଏକ ମଧ୍ୟରେ ଶନିବାର ପ୍ରବଳ ପାଟିତୁଣ୍ଡ ହୋଇଥିଲା ଏଥିରେ ଉତକ୍ଷପ୍ତ ହୋଇ ଅଜିତଙ୍କ ଭାଉଜ ଆଶା ନାଏକ ଓ ତାଙ୍କ ଜ୍ୱାଈଁ ଝିଅ ଘରୁ ଟାଙ୍ଗିଆ ଆଣି ଆକ୍ରମଣ କରିଥିଲେ।
ଟାଙ୍ଗିଆ ଆକ୍ରମଣରେ ଅଜିତଙ୍କ ଛାତି, ହାତ ଓ ପାଦରେ ଗଭୀର ଆଘାତ ଲାଗିବା ସହିତ ବେହୋଶ ହୋଇ ଯାଇଥିଲେ। ଏହା ଦେଖି ଆକ୍ରମଣକାରୀ ମାନେ ଘଟଣାସ୍ଥଳରୁ ପଳାଇ ଯିବା ପରେ ପଡିଶା ଲୋକମାନେ ମୁମୁର୍ଷୁ ଅବସ୍ଥାରେ ଅଜିତକୁ ଧରି ଛେଣ୍ଡିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି।