ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ରେଞ୍ଜ କଣଲୋଇ ଗ୍ରାମରୁ ବନ ବଭାଗ ପକ୍ଷରୁ ଚଢ଼ାଉ କରାଯାଇ ବାରହା ମାଂସ ଚମଡା ଓ ରନ୍ଧା ମାଂସ ଜବତ କରାଯାଇଛି। ଏହି ଘଟଣାରେ ସଂପୃକ୍ତ ୪ ଜଣଙ୍କୁ ଗିରଫ କରି ପୁଲିସ ତଦନ୍ତ ଚଳାଇଛି।
ବନ ବିଭାଗ ସୂତ୍ରରୁ ପ୍ରକାଶ, ଗତକାଲି ରାତି ୧୧ ଟାରେ ଖବରପାଇ ରେଞ୍ଜର ପ୍ରତାପ ଚନ୍ଦ୍ର ରାଉଳଙ୍କ ନେତୃତ୍ୱରେ ବନ ବଭାଗ ଟିମ୍ ଗ୍ରାମରେ ଚଢ଼ାଉ କରିଥିଲେ। ସେମାନେ ଏକ କେଜି ରନ୍ଧା ବାରହା ମାଂସ, ଦୁଇଟି ଗୋଡ଼, ଚମଡା ଓ ଏକ କେଜି କଞ୍ଚା ମାଂସ ଜବତ କରିଥିଲେ। ଘଟଣାରେ ୪ ଜଣଙ୍କୁ ଗିରଫ କରି ବନ ବିଭାଗ ତଦନ୍ତ ଚଳାଇଛି।