୧୧ କେଭି ବିଦ୍ୟୁତ ଟ୍ରାନ୍ସଫରମର୍‌ ସଂସ୍ପର୍ଶରେ ଆସି ଯୁବକ ଗୁରୁତର

ଅନୁଗୁଳ: ୧୧ କେଭି ବିଦ୍ୟୁତ୍‌ ଟ୍ରାନ୍ସଫରମର ସଂସ୍ପର୍ଶରେ ଆସି ମାନସିକ ରୂପେ ଅନଗ୍ରସର ଜଣେ ବ୍ୟକ୍ତି ମଙ୍ଗଳବାର ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର କରାଯାଇ ତାକୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁସାରେ ଜଗନ୍ନାଥ ମନ୍ଦିର ପଛପଟରେ ବେଦଘର ସମ୍ମୁଖରେ ଥିବା ଟ୍ରାନ୍ସଫରମର୍‌ ନିକଟକୁ ମାନସିକ ରୂପେ ଅନଗ୍ରସର ବ୍ୟକ୍ତି ଜଣକ ସନ୍ଧ୍ୟାରେ ପରିଶ୍ରା କରିବାକୁ ଯାଇଥିଲା। ଏହା ପରେ ସେ ୧୧ କେଭି ବିଦ୍ୟୁତ୍‌ ତାରକୁ ଧରିବାରୁ ଛିଟିକି ପଡ଼ିଥିଲା। ଯୁବକଙ୍କର ୫୦ ପ୍ରତିଶତ ହାତ ପୋଡ଼ି ଯାଇଥିବା ଜଣାପଡ଼ିଛି। ସେହିଭଳି ଗେଡ଼ର କିଛି ଅଂଶ ମଧ୍ୟ ପୋଡ଼ିଯାଇଛି।

ଦୁର୍ଘଟଣାର ଅଳ୍ପ ସମୟ ପରେ ସେଇ ବାଟ ଦେଇ ଯାଉଥିବା ଲୋକେ ଟ୍ରାନ୍ସଫରମର ତଳେ ପଡ଼ିଥିବା ଲୋକକୁ ଦେଖି ଉଦ୍ଧାର କରିଥିଲେ। ତାକୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ବ୍ୟକ୍ତି ଜଣଙ୍କର ପରିଚୟ ମିଳି ନାହିଁ। ଆନୁମାନିକ ବୟସ ପ୍ରାୟ ୨୦ ବର୍ଷ ହେବ। ସେ ଏହି ଅଞ୍ଚଳରେ ବୁଲୁଥିବା ଆଗରୁ କେହି ଦେଖି ନଥିଲେ।

ସମ୍ବନ୍ଧିତ ଖବର