ଅନୁଗୁଳ: ଅନୁଗୁଳ ମାଛ ମାର୍କେଟ ନିକଟରେ ଥିବା ପରିବୀକ୍ଷଣ ଛାତ୍ରାବାସରେ ଆଜି ଏକ ସମ୍ବେଦନଶୀଳ ଘଟଣା ଘଟିଛି। ସେଠାରେ ଜଣେ ବିଚାରାଧୀନ ନାବାଳକ ଆତ୍ମହତ୍ୟା କରିଛନ୍ତି। ଅଳ୍ପଦିନ ତଳେ ତାଙ୍କୁ ଜାମିନ ମିଳିଥିଲା। କିନ୍ତୁ ତାଙ୍କୁ ପରିବାର ଲୋକେ ନେବାକୁ ଆସିବାରେ ବିଳମ୍ବ କରିଥିଲେ। ଫଳରେ ସେ ମାନସିକ ଅଶାନ୍ତିରେ ଥିବା କୁହାଯାଉଛି। ରାତିରେ ସେ ପରିବୀକ୍ଷଣ ଛାତ୍ରାବାସରେ ଥିବା ବାଥରୁମ ଭିତରେ ବେକରେ ଗାମୁଛା ଲଗାଇ ଝୁଲିପଡ଼ିଥିଲେ।

Advertisment

ତାଙ୍କ ଘର ଜଗତସିଂହପୁର ଜିଲ୍ଲାରେ ବୋଲି ଜଣାପଡ଼ିଛି। ଆଜି ସକାଳୁ ଏହି ଘଟଣା ଜଣାପଡ଼ିବା ପରେ ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ କେଉଁ ପରିସ୍ଥିତିରେ ନାବାଳକଜଣଙ୍କ ଆତ୍ମହତ୍ୟା କରିଥିଲେ ତାହାର ତଦନ୍ତ ଚାଲିଛି।