କଣିହାଁ: ଅନୁଗୁଳ ଜିଲ୍ଲା ଏନଟିପିସି କଣିହାଁ ପ୍ଲାଣ୍ଟ ଦ୍ୱାରା କ୍ଷତିଗ୍ରସ୍ତ ତଥା ଏସଏପି ଲିଷ୍ଟରେ ସାମିଲ ଥିବା ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ଦାବିରେ ଆଜି ସକାଳୁ ଏନଟିପିସି ପ୍ଲାଣ୍ଟର ମୁଖ୍ୟଦ୍ୱାର ସଂମ୍ମୁଖରେ କ୍ଷତିଗ୍ରସ୍ତ ଯୁବକ ଯୁବତୀମାନଙ୍କ ସହ  ତାଳଚେର ବିଧାୟକ ଆମରଣ ଅନଶନ ଚଳାଇଥିବା ଜଣାପଡିଛି। କଣିହାଁ ଅଞ୍ଚଳର ଲୋକଙ୍କ ଜମି ଏନଟିପିସି ପ୍ଲାଣ୍ଟ ସମେତ ଏନଟିପିସିର ରେଳଲାଇନ ଓ ଏନଟିପିସି ପାଉଁଶପୋଖରୀ ନିର୍ମାଣ କାର୍ଯ୍ୟ କରାଗଲା, ଅଥଚ ଏସଏପି ଲିଷ୍ଟରେ ସାମିଲଥିବା ଯୁବକ ଯୁବତୀମାନଙ୍କୁ ଆଜି ପର୍ଯ୍ୟନ୍ତ ଏନଟିପିସି କର୍ତ୍ତୃପକ୍ଷ ନିଯୁକ୍ତି ଦେଲାନି, ନିଯୁକ୍ତି ଦେବାରେ ଏନଟିପିସି କର୍ତ୍ତୃପକ୍ଷ ନିଯୁକ୍ତି ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି ବୋଲି ବିଧାୟକ ବ୍ରଜକିଶୋର ପ୍ରଧାନ କହିଛନ୍ତି। ଏଠାରେ ଏନଟିପିସି କର୍ତ୍ତୃପକ୍ଷ ଲୋକମାନଙ୍କୁ ପ୍ରତାରଣା ମଧ୍ୟ କରାଯାଉଛି।  ଲୋକଙ୍କୁ ନିଯୁକ୍ତି ଦେବାନାଁରେ ଏନଟିପିସି କର୍ତ୍ତୃପକ୍ଷ ବର୍ଷ ବର୍ଷ ଧରି ସମୟ ଗଡେଇ ଚାଲିଛନ୍ତି ଅଥଚ ନିଯୁକ୍ତି ଦେବାରେ ନାଁଗନ୍ଧ ଧରା ଯାଉନି, ଯେ ପର୍ଯ୍ୟନ୍ତ କ୍ଷତିଗ୍ରସ୍ତ ଲୋକଙ୍କୁ ସମସ୍ୟା ତଥା ସେମାନଙ୍କୁ ନ୍ୟାୟ ନ ମିଳିଛି ସେ ପର୍ଯ୍ୟନ୍ତ ସେମାନେ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି କ୍ଷତିଗ୍ରସ୍ତ ପ୍ରଜା କହିଛନ୍ତି। ଧାରଣାରତ ସ୍ଥାନରେ ସ୍ଥାନୀୟ ପୁଲିସ, ସିଆଇଏସଏଫର ଯବାନ ଉପସ୍ଥିତ ରହି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି।

Advertisment

ଆଜି ଏହି ଆନ୍ଦୋଳନରେ ସାମିଲ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ବିଜିଗୋଳ ସରପଞ୍ଚ ଦୁଃଶାସନ ସାହୁ, ସରପଞ୍ଚ ବାବୁଲା ସେଠୀ, ବୃନ୍ଦାବନ ପ୍ରଧାନ, ତାଳଚେର ସୁରକ୍ଷା ମଞ୍ଚର ସଭାପତି ମୁରଲୀ ସାହୁ, ସୁଧାକର ପ୍ରଧାନ, ପାଣ୍ଡବ ସାହୁ ପ୍ରମୁଖ ଅଛନ୍ତି।