ବନ୍ତଳା: ଆଜି ହେଉଛି ମାତୃ ଦିବସ। ତେବେ ଏହି ପବିତ୍ର ଦିବସରେ ଅନୁଗୁଳ ବ୍ଲକ ବନ୍ତଳା ଥାନା ପୋକତୁଙ୍ଗା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜନ୍ମ ପରେ ମା ଶିଶୁକନ୍ୟାକୁ ଏକ ବୁଦା ମୂଳେ ପକାଇ ଚାଲିଯାଇଥିବା ଦେଖିବାକୁ ମିଳିଛି।
ସୂଚନା ଅନୁଯାୟୀ ବନ୍ତଳା ଥାନା ପୋକତୁଙ୍ଗା ଗ୍ରାମର ରଗୁଡିତଇଳା ଅଞ୍ଚଳକୁ ଆଜି ସକାଳେ ଚାଷ କାର୍ଯ୍ୟରେ ଗ୍ରାମର ଚାଷୀମାନେ ଯାଇଥିଲେ। ତେବେ ଦିନ ପ୍ରାୟ ୧୦ଟା ବେଳକୁ ଘରକୁ ଫେରୁଥିବା ବେଳେ ଏକ ବୁଦା ମୂଳେ ନବଜାତ ଶିଶୁର କାନ୍ଦିବା ଶବ୍ଦ ଶୁଣି ସେଠାରେ ଯାଇଥିଲେ। ସେଠାରେ ଏକ ନବଜାତ ଶିଶୁ କନ୍ୟା ଦେଖି ଗ୍ରାମର ଲୋକମାନେ ସେଠାରେ ପହଞ୍ଚି ଶିଶୁଟିର ଯତ୍ନ ନେଉଛନ୍ତି। ତେବେ କୌଣସି କୁମାରୀ ଝିଅ ମାତୃତ୍ୱ ଲାଭ ପରେ ଲୋକ ଲଜ୍ଜାରେ ଶିଶୁଟିକୁ ସେଠାରେ ପକାଇ ଚାଲିଯାଇଥିବା ବୋଲି ସ୍ଥାନୀୟ ଲୋକମାନେ ସନ୍ଦେହ କରୁଛନ୍ତି। ଅନ୍ୟ ପକ୍ଷରେ ଆଜି ଭଳି ଦିନରେ ଜନ୍ମ ଦେଇଥିବା ମାଆ ନିଜର ମାନବିକତା ଭୁଲିଯାଇ ଏଭଳି କାର୍ଯ୍ୟ କରିବା ଘଟଣାକୁ ନିନ୍ଦା କରାଯାଉଛି। ତେବେ ଘଟଣାସ୍ଥଳରେ ଶିଶୁଟିକୁ ଉଦ୍ଧାର ପାଇଁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ କିମ୍ବା ପୁଲିସ ସେଠାରେ ପହଞ୍ଚିନାହିଁ।