ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ,  ଜଙ୍ଗଲରୁ ମୃତଦେହ ଉଦ୍ଧାର କଲା ପୁଲିସ

ପାଲଲହଡ଼ା : ପାଲଲହଡ଼ା ବ୍ଲକ୍ ଦୁର୍ଗମ ନଗିରା ପଞ୍ଚାୟତ ଅନ୍ତର୍ଗତ ସନ୍ଧାର ଗ୍ରାମରେ ଗତ ୧୧ ତାରିଖ ରାତିରେ ସିର ମୁଣ୍ଡାରିନାମକ ଜଣେ ଲୋକକୁ ଘରୁ ଡାକି ନେଇ ତଣ୍ଟିଚିପି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଟିଏ ପରିବାରର ଲୋକମାନେ ଏହି ହତ୍ୟାକାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି ।

ଆଜି ପାଲଲହଡ଼ା ଥାନାରେ ମୃତ ବ୍ୟକ୍ତିର ପୁଅ ଚମ୍ବୁରୁ ମୁଣ୍ଡାରୀ ଲିଖିତ ଏତଲା ଦାୟର କରିବା ପରେ ପାଲଲହଡ଼ା ପୁଲିସ ଏସଡିପିଓ ଯଶବନ୍ତ ସାମଲ , ଥାନା ଆଇଆଇସି କିଶୋର କୁମାର ସାମଲ, ସବ୍ ଇନ୍ସପେକ୍ଟର ଆଶିଷ କୁମାର ଦାସ, ପୋଲିସ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଦଳ ସଂଧାର ଗ୍ରାମକୁ ଯାଇ  ନିକଟସ୍ଥ ଜଙ୍ଗଲରୁ ମୃତଦେହ ଉଦ୍ଧାର କରିବା ସହ ଶବ ବ୍ୟବଚ୍ଛେଦ କରାଇଛନ୍ତି ।  ପାଲଲହଡ଼ା ଥାନା ଆଇଆଇସି କେସ ନମ୍ବର ଧାରା ୨୪୬ ଦଫା ୩୦୨ , ୨୦୧, ୩୪ ଆଇପିସି ରେ ମକଦ୍ଦମା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି । ତେବେ ଏହି ହତ୍ୟାକାଣ୍ଡ ଘଟାଇଥିବା ଅଭିଯୁକ୍ତମାନେ ଫେରାର ହୋଇଯାଇଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର