ବନ୍ତଳା: ଅନୁଗୁଳ ବ୍ଲକ ରନ୍ତଲେଇ ପଞ୍ଚାୟତ ହରିବେରଣୀ ଗାଁ ନିକଟରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳି ଫୁଟିବା ସହ ଭୁଜାଲି ଆକ୍ରମଣରେ ସାନ ଭାଇର ଜୀବନ ଯାଇଛି ଓ ବଡ଼ ଭାଇ ଗୁରୁତର ଅବସ୍ଥାରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ରନ୍ତଲେଇ ଗ୍ରାମ ପୋଡାଖମଣ ସାହିର ଦୁଃଶାସନ ସେନାପତି(୪୫)ପ୍ରତିଦିନ ଭଳି ଆଜି ରାତି ପ୍ରାୟ ୮ବେଳେ ୫୫ ନମ୍ବର ଜାତୀୟ ରାଜପଥ କଡରେ ଥିବା ହରିବେରଣୀ ଗାଁକୁ ଚା ପିଇବାକୁ ଦୋକାନକୁ ଯାଇଥିଲେ। ତେବେ ସେଠାରେ ଜମିବାଡି ବିବାଦକୁ ନେଇ ତାଙ୍କ ପଡୋଶୀଙ୍କ ସହିତ ତାଙ୍କର ଯୁକ୍ତିତର୍କ ହେବା ପରେ ପଡୋଶୀ ଜଣଙ୍କ ଦୁଃଶାସନଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଗୁରୁତର ଅବସ୍ଥାରେ ସେଠାରେ ପଡିଥିବା ଭାଇକୁ ଉଦ୍ଧାର କରିବାକୁ ଆସିଥିବା ସାନଭାଇ ଦୁଷ୍ମନ୍ତ ସେନାପତି(୩୮)ପାଖ ପଡୋଶୀ ଦୁଇ ଯୁବକ ଏକ ରାଉଣ୍ଡ ଗୁଳି ମାଡ଼ କରିବା ପରେ ଅତି ନୃଶଂସ ଭାବରେ ମୁହଁ ଓ ବେକକୁ ହାଣି ପକାଇଥିଲେ। ଫଳରେ ଘଟଣା ସ୍ଥଳରେ ଦୁଷ୍ମନ୍ତଙ୍କ ପ୍ରାଣବାୟୁ ଉଡିଯାଇଥିଲା। ୧୦୮ ଆମ୍ବୁଲାନ୍ସ ଯୋଗେ ଗୁରୁତର ଦୁଃଶାସନଙ୍କୁ ପରିବାର ଲୋକେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ଖବର ଲେଖା ହେବା ପର୍ଯ୍ୟନ୍ତ ପୋଲିସ ଏହି ଘଟଣାରେ କାହାରିକୁ ଗିରଫ କରିନଥିବା ବେଳେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଜମିବାଡି ବିବାଦକୁ ନେଇ ହତ୍ୟାକାଣ୍ଡ: ସାନ ଭାଇ ମୃତ୍ୟୁ, ବଡଭାଇ ଗୁରୁତର
/sambad/media/post_attachments/wp-content/uploads/2020/11/fs987sf987sf98sfhsfhsffhfhs.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)