ନବବଧୂଙ୍କୁ ହତ୍ୟା ଅଭିଯୋଗ

\ବଅଁରପାଳ: ବଅଁରପାଳ ଥାନା ଗୋତମରା ଗାଁ ଦେହୁରୀ ସାହିର ବୋହୂ ଗୁଡ଼ୁଲି ରାଉତ(୨୦)ଙ୍କର ଆଜି ସନ୍ଦେହଜନକ ମୃତ୍ୟୁ ହୋଇଛି। ଝିଅକୁ ତାଙ୍କ ଶ୍ବଶୁର ଘର ଲୋକେ ତଣ୍ଟି ଚିପି ହତ୍ୟା କରିଛନ୍ତି ବୋଲି ଗୁଡ଼ୁଲିଙ୍କ ବାପା ଆଜି ରାତିରେ ବଅଁରପାଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ମିଳିଥିବା ସୂଚନା ମୁତାବକ, ମୃତ ଗୁଡ଼ୁଲିଙ୍କ ଘର ପର୍ଜଙ୍ଗ ବ୍ଲକ ବସୁଲେଇ ଗାଁରେ। ବର୍ଷକ ତଳେ ଗୋତମରା ଦେହୁରୀ ସାହିର ସୁଜିତ୍ ଦେହୁରୀଙ୍କୁ ସେ ବୈଦିକ ରୀତିରେ ବିବାହ କରିଥିଲେ। ଆଜି ହଠାତ୍ ଶ୍ବଶୁର ଘର ଲୋକେ ଗୁଡ଼ୁଲି ଆତ୍ମହତ୍ୟା କରିଛନ୍ତି ବୋଲି ବସୁଲେଇ ଗାଁକୁ ଖବର ଦେଇଥିଲେ। କିନ୍ତୁ ଗୁଡ଼ୁଲିଙ୍କ ମୃତ୍ୟୁକୁ ନେଇ ତାଙ୍କ ବାପା ସନ୍ଦେହ କରିଛନ୍ତି। ଝିଅକୁ ଶ୍ବଶୁର ଘର ଲୋକେ ତଣ୍ଟି ଚିପି ହତ୍ୟା କରି ଆତ୍ମହତ୍ୟାର ରୂପ ଦେଉଛନ୍ତି ବୋଲି ଗୁଡ଼ୁଲିଙ୍କ ବାପା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସୂଚନା ପାଇ ବଅଁରପାଳ ଥାନା ପୁଲିସ ମୃତ ଦେହ ଜବତ କରି ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର