ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗତକାଲି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଡାକ୍ତରଖାନାରେ ସାଲାଇନ ଷ୍ଟାଣ୍ଡ ଥାଇ ବି ଦିଆଗଲା ନାହିଁ। କର୍ମଚାରୀମାନଙ୍କ ଅବହେଳା ଯୋଗୁଁ ରୋଗୀଙ୍କ ପରିଜନଙ୍କୁ ସାଲାଇନ ଷ୍ଟାଣ୍ଡର ଭୂମିକା ତୁଳାଇବାକୁ ପଡ଼ିଛି।
ପଶ୍ଚିମବଂଗର ମୂଳନିବାସୀ ଶେଖ ଲାଲଟୁ(୩୨) ଏବେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଅଞ୍ଚଳରେ ରାଜମିସ୍ତ୍ରି କାମ କରି ରହୁଛନ୍ତି। ଗତ ୩ ତିନି ହେଲା ସେ ଅସୁସ୍ଥ ଅଛନ୍ତି। ସାଂଗରେ ରହୁଥିବା ସଂପର୍କୀୟ ଭିଣୋଇ ସକାୱାତ ଅଲ୍ଲୀ ତାଙ୍କୁ ହିନ୍ଦୋଳ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଅବସ୍ଥା ଜଟିଳ ହେବାରୁ ସେଠାରୁ ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ରେଫର କରାଯାଇଥିଲା। ଆମ୍ବୁଲାନ୍ସ କର୍ମଚାରୀ ତାଙ୍କୁ ଅନୁଗୁଳ ଜିଲ୍ଲା ଚିକିତ୍ସାଳୟ ଆଉଟଡୋରରେ ଛାଡ଼ି ସକାୱାତଙ୍କୁ ସାଲାଇନ୍ ବୋତଲ ଧରାଇ ଚାଲି ଯାଇଥିଲେ। ସକାୱାତ ଛିଡ଼ା ହୋଇ ସାଲାଇନ ବୋତଲ ଧରି ଥକି ଯାଇଥିଲେ। ପରେ ଚୌକିରେ ବସି ସାଲାଇନ ବୋତଲକୁ ଟେକି ଧରି ରହିଥିଲେ। ଚିକିତ୍ସାଳୟ କର୍ମଚାରୀମାନେ ଏସବୁ ଦେଖୁଥିଲେ ହେଁ ଷ୍ଟାଣ୍ଡ ଦେଇନଥିଲେ। େତବେ ସେଠାରେ ଉପସ୍ଥିତ ଅନ୍ୟ ରୋଗୀମାନଙ୍କ ପରିଜନ ପ୍ରତିବାଦ କରିବା ପରେ ତାଙ୍କୁ ଏକ ସାଲାଇନ୍ ବୋତଲ ଷ୍ଟାଣ୍ଡ ଯୋଗାଇ ଦିଆଯାଇଥିଲା।
ମିଳିଲାନି ଷ୍ଟାଣ୍ଡ,ରୋଗୀଙ୍କ ପରିଜନ ଧରିଲେ ସାଲାଇନ ବୋତଲ
/sambad/media/post_attachments/wp-content/uploads/2019/07/angul.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)