ପାଳଲହଡା (ରଘୁନନ୍ଦନ ଆଚାର୍ଯ୍ୟ) :  ପାଲଲହଡ଼ା ବ୍ଲକ ବାତିସୂଆଁ ପଞ୍ଚାୟତର ଶ୍ରୀରାମପୁର ଗ୍ରାମରେ ବଣୁଆ ହାତୀ ଆକ୍ରମଣରେ ଜଣେ ପ୍ରାଣ ହରାଇଛି ।

Advertisment

ମିଳିଥିବା ସୂଚନା ଅନୁସାରେ, ଶୁକ୍ରବାର ରାତି ୧୦ଟା ବେଳେ ଧାନ ଖେତକୁ ଧାନ ଖାଇବାକୁ ଆସିଥିବା ବଣୁଆ ହାତୀଙ୍କୁ ଘୋଡାଇବାକୁ ଯାଇଥିବା ବେଳେ ଏକ ବଣୁଆ ଦନ୍ତା ହାତୀ ଆକ୍ରମଣରେ ଅନାଦି ହଣ୍ଡିଆରି ନାମକ ଯୁବକକୁ ହାତୀ ଦଳିଦେବା ଯୋଗୁଁ ତାର ମୃତ୍ୟୁ ଘଟିଛି । ଖବରପାଇ ପାଲଲହଡ଼ା ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି ।