ନାଲକୋନଗର: ଜାତୀୟ ରାଜପଥ-୫୫ର ନାଲକୋନଗରରେ ବୁଧବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟି ଜଣେ ଯୁବକ ଗୁରୁତର ହୋଇଛନ୍ତି। ଅନୁଗୁଳ ଜିଲ୍ଲା ନାଲକୋନଗର ଥାନା କବଲ୍ୟବେଡ଼ା ଗ୍ରାମର ସିପୁନ ଦାସ(୨୨) ଦୁର୍ଘଟଣା ଶିକାର ହୋଇଛନ୍ତି। ଆଗରେ ଯାଉଥିବା ଅଟୋକୁ ଧକ୍କା ଦେଇଥିଲେ ସିପୁଲ। ଘଟଣାସ୍ଥଳରେ ହିଁ ମୁଣ୍ଡରେ ଆଘାତ ହେବାରୁ ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ନାଲକୋନଗର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅନ୍ୟପକ୍ଷରେ ଦୁର୍ଘଟଣାପରେ ଜାତୀୟ ରାଜପଥର ଉଭୟ ପାଶ୍ୱରୁ ଭିଡ଼ ଜମି ଥିଲା। ସୂଚନା ପାଇଁ ପୁଲିସ ଘଟଣାସ୍ଥଳକୁ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବା ପରେ ଅବସ୍ଥା ସ୍ୱାଭାବିକ ହୋଇଥିଲା।
ନାଲକୋ ନଗର: ଅଟୋକୁ ପଛରୁ ପିଟି ବାଇକ ଚାଳକ ଗୁରୁତର, ହସ୍ପିଟାଲରେ ଭର୍ତ୍ତି
/sambad/media/post_attachments/wp-content/uploads/2017/10/final_bstSnapshot_44810.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)