ଏକପାଖିଆ ପ୍ରେମ ନେଇ ଯୁବକ ଅଟକ ଘଟଣା: ରୁଜୁ ହେଉନି ମାମଲା

ଅନୁଗୁଳ:ନାବାଳିକାଙ୍କୁ ଏକପାଖିଆ ପ୍ରେମ କରିବା ଅଭିଯୋଗରେ ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ଉଦ୍ଧାର ପାଇଥିବା ନାବାଳକ ଅଟକ ଅଛନ୍ତି। ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ନାବାଳକ ଉଦ୍ଧାର ପାଇବା ପରେ ପୁଲିସ୍‌ ତାଙ୍କୁ ଅଟକ ରଖିଛି। ଉତ୍ତ୍ୟକ୍ତ ଲୋକଙ୍କ ଢ଼େଲାମାଡ଼ରେ ପୁଲିସ ଗାଡ଼ି ଭାଙ୍ଗିଛି। ହେଲେ ଆଜି ବିଳମ୍ବିତ ରାତ୍ରି ସୁଦ୍ଧା ମାମଲା ରୁଜୁ ହୋଇ ନାହିଁ। ଅନ୍ୟପଟେ ଅଟକ ନାବାଳକ ନିଜକୁ ବଞ୍ଚାଇବାକୁ ଯାଇ ଭିନ୍ନ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ତାଙ୍କ ଭିଣୋଇ ଟ୍ରକ୍‌ ଚଳାନ୍ତି। ତାଙ୍କ ସହିତ ସେ ଅନୁଗୁଳ ଆସିଥିଲେ। ତାଙ୍କ ସହିତ ତାଙ୍କର ଅନ୍ୟଜଣେ ବନ୍ଧୁ ମଧ୍ୟ ଥିଲେ।

ଏଠାରେ ଓହ୍ଲାଇ ସନ୍ଧ୍ୟାରେ ଜଗନ୍ନାଥ ମନ୍ଦିର ପାଖରେ ଛିଡ଼ା ହୋଇଥିଲେ। ଫୋନ୍‌ କରିବା ପାଇଁ ରାସ୍ତାରେ ଯାଉଥିବା ଝିଅ ଠାରୁ ମୋବାଇଲ ମାଗିଥିଲେ। ଏହି ସମୟରେ ସେହି ରାସ୍ତା ଦେଇ ଯାଉଥିବା ସମ୍ପୃକ୍ତ ନାବାଳିକାଙ୍କ ଗ୍ରାମର କେତେକ ଯୁବକ ଦେଖି ଏକପାଖିଆ ପ୍ରେମ ଆଶଙ୍କା କରି ତାଙ୍କୁ ଟେକି ନେଇଥିଲେ। ସେଠାରେ ମାଡ଼ ହେବା ପୂର୍ବରୁ ସେ ଉଦ୍ଧାର ପାଇଥିଲେ ବୋଲି ପୁଲିସ୍‌କୁ କହିଛନ୍ତି। କିନ୍ତୁ ଅଜଣା ଝିଅକୁ କାହିଁକି ମୋବାଇଲ ମାଗୁଥିଲେ ସେ ନେଇ ସନ୍ଦେହ ସୃଷ୍ଟି ହୋଇଥିବା ବେଳେ ତାଙ୍କୁ ନାବାଳିକାଙ୍କ ଗ୍ରାମରେ ଧରା ଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର