ପାଲଲହଡ଼ା: ସବ୍ ଜଜ୍ କୋର୍ଟ ପ୍ରତିଷ୍ଠା ଦାବି ଓ ଉପକାରାଗାର ସ୍ଥାନାନ୍ତର ପ୍ରତିବାଦରେ ଓକିଲ ସଂଘ ପକ୍ଷରୁ ୧୨ ଘଣ୍ଟିଆ ପାଲଲହଡ଼ା ବନ୍ଦ ପାଳନ ହେଉଛି। ସକାଳ ୬ରୁ ସଂଧ୍ୟା ୬ଟା ଯାଏଁ ଏହି ବନ୍ଦ ପାଳନ ହେଉଥିବା ଜଣାଯାଇଛି।

Advertisment

ଏ ବନ୍ଦ ଡାକରାକୁ ବିଜେଡି, ବିଜେପି, କଂଗ୍ରେସ, ନାଗରିକ ମଞ୍ଚ, ବ୍ୟବସାୟୀ ସଂଘ ଓ ସମସ୍ତ ପୂଜା କମିଟି ସମେତ ଜନସାଧାରଣଙ୍କର ଅକୁଣ୍ଠ ସମର୍ଥନ ମିଳିବାର ଦେଖା ଦେଇଛି। ଜନପ୍ରତିନିଧି ବି ଏହି ବନ୍ଦ ପାଳନରେ ସାମିଲ ହୋଇଛନ୍ତି। ପାଲଲହଡ଼ା ଉପକଣ୍ଠ ଦେଇ ଯାଇଥିବା ୧୪୯ ନମ୍ବର ଜାତୀୟ ରାଜପଥ ଉପରେ ଲୋକେ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ଜାତୀୟ ରାଜପଥର ଉଭୟ ପାର୍ଶ୍ବରେ ଶହଶହ ଯାନବାହନ ଅଟକି ରହିଛି। ଏହାଛଡ଼ା ପାଲଲହଡ଼ାର ସମସ୍ତ ଦୋକାନବଜାର ବନ୍ଦ ରହିଥିବା ବେଳେ ସମସ୍ତ ଯାନବାହନ ଓ ସରକାରୀ କାର୍ଯ୍ୟାଳୟ ଓ ବେସରକରୀ କାର୍ଯ୍ୟାଳୟ ବନ୍ଦ ରହିଛି। ଖମାରଠାରେ ମଧ୍ୟ ଆନ୍ଦୋଳନକୁ ସମର୍ଥନ କରି ବନ୍ଦପାଳନ ଜାରି ରହିଛି।