ଅନୁଗୁଳ: ତାଳଚେର କୋଲିୟରି ଥାନା ଥର୍ମାଲ ରୋଡ଼ ରେଳ ଷ୍ଟେସନ ନିକଟରେ ଜଣେ ଯୁବକ ଟ୍ରେନରୁ ପଡ଼ି ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ
ସ୍ଥାନୀୟ ପୁଲିସ କର୍ମଚାରୀମାନେ ଉଦ୍ଧାର କରିଥିଲେ। ଚିକିତ୍ସା ପାଇଁ ତାଙ୍କୁ ସଂଗେ ସଂଗେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ଆହତ ଯୁବକ ବିହାରର ମୁଜାଫର ଅଞ୍ଚଳର ରାଜୁ ମୁସ୍ତାତ (୩୦) ବୋଲି ଜଣାପଡିଛି। ସେ ଆଜି ବିହାରରୁ ତାଳଚେର ଆସୁଥିବା ବେଳେ ଥର୍ମାଲ ରେଳ ଷ୍ଟେସନ ନିକଟରେ ଚଳନ୍ତା ଟ୍ରେନରୁ ଖସି ପଡ଼ିଥିଲେ। ଫଳରେ ତାଙ୍କ ମୁଣ୍ଡ ଓ ଛାତିରେ ଗଭୀର ଆଘାତ ଲାଗିଥିଲା। ଏ ସମ୍ପର୍କରେ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ରାଜୁଙ୍କୁ ଉଦ୍ଧାର କରି ଚିକିତ୍ସାଳୟରେ ଭର୍ତ୍ତି କରିଥିଲା।
ଟ୍ରେନ୍ରୁ ପଡ଼ି ଯାତ୍ରୀ ଗୁରୁତର
/sambad/media/post_attachments/wp-content/uploads/2019/05/ang13.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)