ଅନୁଗୁଳ: ମଂଗଳବାର ଗାଡ଼ି ଧକ୍କାରେ ଅନୁଗୁଳ ଥାନା ଅନନ୍ତବେରଣୀ ଗାଁର ଭୁବନ ମାଝୀଙ୍କ ପୁଅ ବୈକୁଣ୍ଠ ମାଝୀ(୯)ଙ୍କ ମୃତ୍ୟୁ ଘଟଣାର ପ୍ରତିବାଦରେ ବୁଧବାର ଅପରାହଣରେ ସ୍ଥାନୀୟ େଲାକେ ରାଜପଥ ଅବରୋଧ କରିଛନ୍ତି। ଦୁର୍ଘଟଣା ଘଟାଇଥିବା ଗାଡ଼ି ଚାଳକ ବିରୋଧରେ କାର୍ଯ୍ୟାନୁଷ୍ଠାନ, ମୃତକଙ୍କ ପରିବାରବର୍ଗକୁ କ୍ଷତିପୂରଣ, ସ୍ପିଡ ବ୍ରେକର ନିର୍ମାଣ ଆଦି ଦାବିରେ ଦିନ ୨ଟାରୁ ରାସ୍ତା ଅବରୋଧ କରାଯାଇଥିଲା। ଅନୁଗୁଳ ଥାନା ପୁଲିସ ସେଠାରେ ପହଞ୍ଚି ବୁଝାସୁଝା କରିଥିଲେ। କିନ୍ତୁ ପରିସ୍ଥିତି ଅସମ୍ଭାଳ ହେବାରୁ ସେଠାରେ ଏକ ପ୍ଲାଟୁନ ଫୋର୍ସ ନିୟୋଜିତ କରାଯାଇଛି। ଦୁର୍ଘଟଣା ଘଟାଇଥିବା ଗାଡ଼ିର ମାଲିକ ଗତକାଲି ଚିକିତ୍ସା ଖର୍ଚ ବହନ କରିବା ପାଇଁ ରାଜି ହୋଇଥିଲେ। ମାତ୍ର ଶିଶୁର ମୃତ୍ୟୁ ହେବା ପରେ ଏବେ ତାଙ୍କ ଗାଡ଼ି ଦୁର୍ଘଟଣା ଘଟାଇନଥିବା କହୁଛନ୍ତି। ଖବର ଲେଖାଯିବା ପର୍ଯ୍ୟନ୍ତ(ରାତି ୧୦ଟା) ରାସ୍ତାରେ ଶବ ରଖି ଆନ୍ଦୋଳନ କରାଯାଉଛି। ରାସ୍ତା ଅବରୋଧ ଯୋଗୁଁ ଉଭୟ ପାର୍ଶ୍ବରେ ଶତାଧିକ ଗାଡ଼ି ଠିଆ ହୋଇ ରହିଛି। ଜାଡ଼ ଯୋଗୁଁ ଅଟକି ରହିଥିବା ଗାଡ଼ିଚାଳକ ଓ ସେଥିରେ ଲୋକମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି।
ଦୁର୍ଘଟଣାରେ ଶିଶୁ ମୃତ୍ୟୁ ମାମଲା:ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ
/sambad/media/post_attachments/wp-content/uploads/2019/01/ang3.jpg)