ବଅଁରପାଳ: ଟିକା ନେବା ଲାଗି ସାରା ରାତି ଅନିଦ୍ରା

ବଅଁରପାଳ: ଅନୁଗୁଳ ଜିଲ୍ଲାର ବଅଁରପାଳ ବ୍ଲକ ବଉଳିଗଡ଼ ପଞ୍ଚାୟତ ଅନ୍ତର୍ଗତ ଅରହାଟ ଗ୍ରାମରେ ଟିକାକରଣ ପାଇଁ ତାରିଖ ଧାର୍ଯ୍ୟ ହୋଇଥିବା ବେଳେ ଲୋକେ ଗତ ରାତି ପ୍ରାୟ ୧୧ ଘଟିକା ରୁ ଆଧାର କାର୍ଡ ଧରି ରାତି ସାରା ଅନିଦ୍ରା ହେବା ସହ ଲାଇନ କରି ଠିଆ ହୋଇଥିବା ଦେଖିବାକୁ ମିଳିଛି।

ଟିକା ନେବା ପାଇଁ ଏଠି ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି। ସତେ ଯେମିତି କରୋନା କଟକଣା ଆଉ ନାହିଁ। ୩ୟ ଲହରିକୁ ଏମାନେ ଆମନ୍ତ୍ରଣ କରୁ ନାହାଁନ୍ତି ତ! ସାମାଜିକ ଦୂରତ୍ୱ ଓ ମାସ୍କକୁ ଭୁଲି ଯାଇଛନ୍ତି ଜନତା। ସରକାର ବାରମ୍ବାର ସଚେତନ କରୁଥିଲେ ମଧ୍ୟ ଲୋକେ କରୋନା ସଚେତନକୁ ଖାତିର ନକରି ଠିଆ ହୋଇଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର